ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ସ୍ଥିତ ଖେଳ ପଡିଆଠାରେ ସ୍ପୋର୍ଟ କ୍ଳବ ଆନୁକୂଲ୍ୟରେ ସନୋଜ କୁମାର ନାଏକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଘାଟିତ ହୋଇଛି। ଉଦଘାଟନୀ ସମାରୋହରେ କୋକସରା ପଞ୍ଚାୟତ ସମିତି ଅଧ୍ୟକ୍ଷା ରିତା ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଗୋଷ୍ଠୀ ଉନ୍ନୟନ ଅଧିକାରି ହିମାଞ୍ଚଳ ମାଝୀ, ତହସିଲଦାର ନବୀନ କିଶୋର ପାଢ଼ୀ, ଡାକ୍ତର ମାନବେଶ ମହାପାତ୍ର, ପୂର୍ବତନ ଖେଳାଳୀ ତ୍ରିଭୁବନ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଖେଲର ଶୁଭ ଉଦଘାଟନ କରିଥିଲେ। ଉଦଘାଟନୀ ମ୍ୟାଚ୍ ବାନେର ଓ ନବରଙ୍ଗପୁର ଜିଲ୍ଲା ଚିତ୍ରକୋଟ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ବାନେର ଦଳ ପେନାଲ୍ଟିକିକ ମାଧ୍ୟମରେ ବିଜୟୀ ହୋଇଛି। ଖେଳକୁ ପିଇଟି ଛବି କୁମାର ନାଏକ ପରିଚାଳନା କରିଥିବାବେଲେ ଲାଇନ୍ସମ୍ୟାନ ଭାବେ ଶଙ୍କର ପୋଡ଼ ଓ ବିଶେଶ୍ୱର ପ୍ରଧାନ ସହଯୋଗ କରିଥିଲେ ଫୋର୍ଥ ରେଫରୀ ଭାବରେ ପିଇଟି ଅମିତ କୁମାର ମହାନ୍ତି ଦାୟିତ୍ୱ ତୁଲେଇ ଥିଲେ । ସ୍କୋର ବୋର୍ଡରେ ପିଇଟି ନିର୍ମଳ ଦଣ୍ଡସେନା ଓ ରାଧାକାନ୍ତ ପଟ୍ଟନାୟକ ସହଯୋଗ କରିଥିଲେ। ମହନ ବାଗ ଓ ରାଜେନ୍ଦ୍ର ନାଏକ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ଆୟୋଜକ ଅନୁଷ୍ଠାନର ସଭାପତି ତ୍ରିମୋହନ ନାଏକ, ସମ୍ପାଦକ କ୍ଷୀରସିନ୍ଧୁ ନେଗୀ, ଉପ ସଭାପତି କାମାକ୍ଷ ନାଏକ, ସହ ସମ୍ପାଦକ ସୁରେନ୍ଦ୍ର ମାଝୀ, ଜୟନ୍ତ ରାଉତ, ସଚିନ ଗୁପ୍ତା, କିଶନ ନାଏକ, ସୁରଜ ନାଏକ, ଜିତା ମିତ୍ର ପ୍ରଧାନୀ ସମେତ ସ୍ପୋର୍ଟ କ୍ଳବର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।