ଓଡ଼ିଆ ବାର୍ତ୍ତା/ ସଇଁତଲା/ ଟିକ୍ରାପଡ଼ା (ଗୋକୁଳାନନ୍ଦ ବଗର୍ତ୍ତୀ|ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ କରମତଲା ପଞ୍ଚାୟତ ଛନଛଡ଼ା ଗ୍ରାମ ପଡ଼ିଆରେ ୨ୟ ଆନ୍ତଃରାଜ୍ୟ ଫୁଟବଲ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି | ସୋମବାର ଉଦ୍ଘାଟନୀ ମ୍ୟାଚରେ ଟିକ୍ରାପଡ଼ା ୧-୦ ଗୋଲରେ କଳାହାଣ୍ଡି ରଜାପଡ଼ା ଦଳକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଥିଲା | ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଲ୍ ବୁଡେକ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ବୁଡ଼େକ, ସମିତି ସଭ୍ୟ ସୁବାସ ବୁଡେକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ମଙ୍ଗଳବାର ସୁଲେକେଲା ଓ କେସିଙ୍ଗା ବଗାଡ ମଧ୍ୟରେ ଅନୁଷ୍ଠିତ ଖେଳ ୧-୧ରେ ଡ୍ର ରହିବାରୁ ପେନାଲ୍ଟି ସୁଟ ଆଉଟର ସହାୟତା ନିଆଯାଇଥିଲା | ଏଥିରେ କେସିଙ୍ଗା ବଗାଡ ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା । ପାଣ୍ଡବ ବିଶିଙ୍କୁ ଖେଳ ପରିଚାଳନାରେ ରିଙ୍କୁ, ରାଜୀବ ସହାୟତା କରିଥିଲେ | ମଙ୍ଗଳବାର ଇଫକୋ ଏରିଆ ମ୍ୟାନେଜର ସୁରଜ୍ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଭାରତ ଭୂଷଣ ବୁଡ଼େକ, ଉମେଶ ପୁରୋହିତ, ଦେବରାଜ ପୁଝାରି, ସୁଧାଂଶୁ ବୁଡ଼େକ, ଶରତ ବାଗ, ନରେଶ ବାଗ, ଦେବରାଜ ବୁଡ଼େକ, ବବୁଲୁ ବାଗ, ଆଲୋକ ବୁଡ଼େକ, ବିଶାଳ ନାଗ, ଆୟୁଷ ବୁଡ଼େକ, ପପୁନ ଖର୍ସେଲ, ଅରୁଣ ସାହୁ, ବସନ୍ତ ବେହେରା ପ୍ରମୁଖ କମିଟି କର୍ମକର୍ତ୍ତା ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରୁଛନ୍ତି |