କବିତା: ନାରୀ ଶିକ୍ଷା

✍🏼ଅନୁସୟା ମେହେର

ଦେଖୁଥିଲା ଜେନ ସପନ୍ ଭାବୁଥିଲା ଜେନ କଥା,
ଆଜକା ତାର ଲାଗି ହେଲା ସବୁ ଆକାଶ ଛୁଆ ।
ଇଛା ଥିଲା ସମାଜରେ ସେ ବି କରବା ଗୋଟେ ନା,
ହେଲେ ଶିକ୍ଷା ବିନା ଆଜ ସବୁ ସପନ୍ ଭାଙ୍ଗିଗଲା ।
ହେ ସମାଜ… ହେ ସମାଜ… ହେ ସମାଜ…
ନାରୀ ଲାଗି ତାର ଶିକ୍ଷା ତାର ଉପହାର,
ତାର ନୁ ନାଇ ଛଡ ତାର ଅଧିକାର ।
ନାରୀ କେ ମିଳୁ ତାର ଇ ଅଧିକାର,
ନାରୀ ବିନୁ ନାଇ ଚଳେ ଇ ସଂସାର । ( ୧ )
ନାରୀକେ କହେସନ୍, ଦୁଇ କୂଳ ହିତା,
ହେଲେ ଶିକ୍ଷା ବିନା ଆଜ, ହେଉଛେ ସେ ଲୋକହସା ।
କୂଳହିତା କରବା କାଣ। ସେ,
ନିଜେ ନି ପାଉଛେ ତାର ନିଜର ସମ୍ମାନ ।
ହେ ସମାଜ….ହେ ସମାଜ…. ହେ ସମାଜ….
ନାରୀ ଲାଗି ତାର ଶିକ୍ଷା, ତାର ଉପହାର,
ତାର ନୁ ନାଇ ଛଡ ତାର ଅଧିକାର । ନାରି କେ ମିଲୁ ତାର ଇ ଅଧିକାର, ନାରୀ ବିନୁ ନାଇ ଚଳେ ଇ ସଂସାର । ( ୨ )
ଆଜ କା ଝି ଅଛେ କାଲିକା ବହୁ ହେବା ,
ଶିକ୍ଷା ଦୀପ ଜଳେଇ କରି ପିଢ଼ି ବଦଲାବା ।
ଚୁପ୍ ହେଇକି ନୁହେଁ କଥା କହେବାର ଶିଖବା ,
ନିଜର ଅଧିକାର ଲାଗି ନିଜେ ଲଢ଼ବା ।
ହେ ସମାଜ… ହେ ସମାଜ… ହେ ସମାଜ…
ନାରୀ ଲାଗି ତାର ଶିକ୍ଷା, ତାର ଉପହାର,
ତାର ନୁ ନାଇ ଛଡ ତାର ଅଧିକାର ।
ନାରୀ କେ ମିଳୁ ତାର ଇ ଅଧିକାର,
ନାରୀ ବିନୁ ନାଇ ଚଳେ ଇ ସଂସାର ।( ୩ )

ଗଙ୍ଗାସାଗର, ପାଟଣାଗଡ଼, ବଲାଙ୍ଗୀର

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.