ସଇଁତଲା ବ୍ଳକସ୍ତରୀୟ ଲୋକ ମହୋତ୍ସବ ଉଦଯାପିତ: ମନ ମୋହିଲା ‘ଦାଦନ କହୁଛି ଦୁଃଖ କାହାଣୀ’

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ହାଟପଦାଠାରେ ଆଜି ବୃକସ୍ତରୀୟ ଲୋକ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ବିଡିଓ ବିନୟ କୁମାର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ଡିଏଭି କଲେଜ ପୂର୍ବତନ ଅଧକ୍ଷ ଡ. ଶିବପ୍ରସାଦ ବେହେରା, ସଇଁତଲା ସରପଞ୍ଚ ଇଂ. ସୁବ୍ରତ ନାଗ, ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକ, ପ୍ରମୋଦ ଭୋଇ, ରିତାରାଣୀ ହାତୀ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝି, ମହୋତ୍ସବର ଉପସଭାପତି ପରେଶ ସାହୁ, ସମସ୍ତ ସରପଞ୍ଚ, ସମିତି ସଭ୍ୟସଭ୍ୟା ପ୍ରମୁଖ ଯୋଗଦେଇଥିଲେ।

ଏବିଡିଓ ଉପେନ୍ଦ୍ର ମାଝି ସଭା ସଂଯୋଜନା କରିଥିଲେ। ଶେଷରେ ଗଣ୍ଡପତ୍ରାପାଲି ସରପଞ୍ଚ ମନୀଷ ସୁନା ଧନ୍ୟବାଦ ଅର୍ପଣ କରିଥିଲେ। ମହୋତ୍ସବରେ ବ୍ଲକ ଅଞ୍ଚଳର ୭୯ଟି ସାଂସ୍କୃତିକ ଦଳ ଯୋଗଦେଇ ଏକକ ନୃତ୍ୟ, ଲୋକସଂଗୀତ ଓ ଲୋକବାଦ୍ୟରୁ ୧୨ଟି ଦଳ ଉପଖଣ୍ଡସ୍ତରୀୟ ମହୋତ୍ସବକୁ ଚୟନ ହୋଇଛନ୍ତି। ବିଚାରକ ଭାବେ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ, ଧନେଶ୍ଵର ଦାଶ, ଜଗନ୍ନାଥ ମୁଦୁଲି, ବିଳମ୍ବିତ କୁମ୍ଭାର, ହୀରାଧର ଗହୀର, ରାଜକିଶୋର କୁଆଁର, ତରୁଣ ସୁନା, ଦୀପକ ନାଗ, ମହିନ୍ଦ୍ର ତାଣ୍ଡି, ବଞ୍ଚା ବୁଡ଼େକ ଉପସ୍ଥିତ ଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବିଡିଓ ଶ୍ରୀ ଭୋଇ, ଥାନାଧିକାରୀ ସୁଶାନ୍ତ ବଢ଼େଇ, ଆଇନଜୀବୀ ସୁବୋଧ ମିଶ୍ର, ବିଏସଏସଓ ଭାନୁପ୍ରତାପ ଭୋଇ, ସଂଗ୍ରାମ ମିଶ୍ର, ତହସିଲଦାର ଆଶିଷ ଏକ୍କା, ଶିକ୍ଷାବିତ ଗୌତମ କ୍ଷେତି ପ୍ରମୁଖ ଯୋଗଦେଇଥିଲେ।

ସେହି ଅବସରରେ ପ୍ରଶାସନ ପକ୍ଷରୁ ବରିଷ୍ଠ କଳାକାର ହୀରାଧର ଗହୀର, ହରେକୃଷ୍ଣ ବେହେରା, କୂଳମଣି କୁଆଁରଙ୍କୁ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା। ସେହିପରି ବୃକର ସମସ୍ତ ସାମ୍ବାଦିକ ରକ୍ତଦାତା, ସାମାଜିକକର୍ମୀଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକ ତପନ ଦାଶ, ବ୍ଳକ ଏକାଉଣ୍ଟଟେଣ୍ଡ ଲଛମନ ମାଝି, ସଇଁତଲା ପିଇଓ ରୁଦ୍ର ଥପା ମଞ୍ଚ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.