ମା ସୁରେଶ୍ଵରୀଙ୍କ ପୀଠରେ ସ୍ଵଚ୍ଛତା ଅଭିଯାନ; ସାମିଲ ହେଲେ ମନ୍ତ୍ରୀ ଓ ବିଧାୟକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସକାଳ ୮ ଘଣ୍ଟା ସମୟରେ ଓଡିଶାର ମାନ୍ୟବର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ମାନ୍ୟବର କୃଷ୍ଣଚନ୍ଦ୍ର ପାତ୍ର ଓ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଜିଲ୍ଲା ଭାଜପା କାର୍ଯ୍ୟକର୍ତ୍ତା ଓ କିଛି ସ୍ବେଛାସେବୀଙ୍କ ସହ ସୋନପୁରର ଇଷ୍ଟ ଦେବୀ ମା ସୁରେଶ୍ୱରୀ ପୀଠ ପରିସରରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି। ମନ୍ତ୍ରୀ ଓ ବିଧାୟକଙ୍କ ସମେତ ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର , ଶରତ ଶତପଥି ଓ ସମସ୍ତ ବିଜେପି କାର୍ଯ୍ୟକର୍ତା ଏହି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ୍ ରହି ମନ୍ଦିର ଚାରି ପାଖରେ ସଫେଇ କରିଥିଲେ। ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଵଚ୍ଛତା ଅଭିଯାନ ମିଶନ ସଫଳ କରିବାକୁ ସାରା ଦେଶକୁ ସ୍ୱଚ୍ଛ ରଖିବାକୁ ସମସ୍ତ ସହଯୋଗ କାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.