ସୁଜନ ନାଗ ଫୁଟବଲ ଟୁର୍ନାମେଣ୍ଟ, ଫାଇନାଲରେ ତରଭା ରିସୁଲ ଏମଏଫସି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର ରୟାଲ ପଡିଆଠାରେ ଚାଲିଥିବା ୧୨ତମ ସୁଜନ ନାଗ ମେମୋରିଆଲ ରାଜ୍ୟସ୍ତରୀୟ ଫୂଟବଲ ଟୁର୍ନାମେଣ୍ଟର ସେମିଫାଇନାଲ ମ୍ୟାଚରେ ରିସୁଲ ଏମଏଫସି ତରଭା ବନାମ ଶ୍ରୀୟାଂଶ ସ୍ପୋର୍ଟିଙ୍ଗ ସୋନପୁର ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା। ଏଥିରେ ରିଜୁଲ ଏମଏଫସି ତରଭା ଦଳ କ 2-1 ଗୋଲ ରେ ଅଗ୍ରଣୀ ହୋଇ ଫାଇନାଲରେ ପ୍ରବେଶ କରିଛି। ଆଜିର ମ୍ୟାଚରେ ବେଷ୍ଟ ଡିଫେନ୍ସ ସୁନୀଲ ଲୁଇସ, ବେଷ୍ଟ ଗୋଲ କିପର ଆଲୋକ ଏକ୍କା, ବେଷ୍ଟ ମିଡ଼ ଫିଲ୍ଡ ସୁମିତ ଓରାମ ଏବଂ ହିରୋ ଅଫ ଦି ମ୍ୟାଚ ସଂଜୀବ ଖରା ଏବଂ ବେଷ୍ଟ ୱିଙ୍ଗର ସୁରଜ ମୁର୍ମୁ ରିଜୁଲ ତରଭା ପ୍ରମୁଖଙ୍କୁ ପୁରସ୍କୃତ କରଯାଇଥିଲା। ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସମ୍ମାନନୀ ଅତିଥି ଭାବରେ ଗୋରେଖ ନାଥ ସାହୁ, ନନ୍ଦ କିଶୋର ତ୍ରିପାଠୀ, ଲୋକନାଥ ରଥ, ହରିଶଙ୍କର ଚୌଧୁରୀ, ଗିରିଧାରୀ ନାଗ ପ୍ରମୁଖ ଯୋଗ ଦାନ କରିଥିଲେ। ଆଜିର ମ୍ୟାଚକୁ ଦୀନେଶ ପ୍ରଧାନ ମୁଖ୍ୟ ରେଫରୀ ଏବଂ ସହଯୋଗୀ ରେଫରୀ ପ୍ରଶାନ୍ତ ସେଠି ଏବଂ ଜଗତ ଜଗଦଳା ଏବଂ ମ୍ୟାଚ କମିସନର ଭାବରେ ଦାଇତ୍ୱ ତୁଲାଇ ଥିଲେ। ସନ୍ତୋଷ କୁମାର ପଧାନ ପରିଚାଳନା କରିଥିଲେ। ପୁରସ୍କାର ବିତରଣି କାର୍ଯ୍ୟକ୍ରମକୁ ରାଜେନ୍ଦ୍ର ଜଗଦଲା ଏବଂ ସୁରଜ ବାଘ ତୁଲାଇଥିଲେ ଏବଂ ଅନିଲ, ଋଷବ, ନଟ, ରବି, ମହେଶ, ସିଦ୍ଧାର୍ଥ, ନେଉଳ ସହଯୋଗ କରି ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.