ଟିକ୍ରାପଡ଼ା କଲେଜରେ ବିଦାୟ ସଭା: ୨ୟ ବର୍ଷ ପିଲାଙ୍କୁ ବିଦାୟ ଦେଲେ ୧ମ ବର୍ଷ ପିଲା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ପଦ୍ମଲୋଚନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ଦିଆଯାଇଛି | ଏହି ଉପଲକ୍ଷେ ଅନୁଷ୍ଠିତ ବିଦାୟ ସଭାରେ ଅଧ୍ୟକ୍ଷ ପରାଶର ସାହୁ ସଭାପତିତ୍ବ କରିଥିଲେ |ଅଧ୍ୟାପକ ଲୋକନାଥ ବେହେରା, ଅଭୟ ଚୌଧୁରୀ, ଜୟକୃଷ୍ଣ ସାହୁ, ଖେଳ ଶିକ୍ଷକ ଆଶୁତୋଷ ରାଜପଲିଆ, ବରିଷ୍ଠ କିରାଣୀ ଅନ୍ତର୍ଯ୍ୟାମୀ ରାଜପଲିଆ ଅତିଥି ଭାବେ ଯୋଗ ଦେଇ ଜୀବନର ଲକ୍ଷ୍ୟକୁ ସାକାର କରିବା ନିମନ୍ତେ ଅଥକ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ |ଆମେଲୀ ପୃଷ୍ଟି, ସୁନେଲି ତାଣ୍ଡି ପ୍ରମୁଖ ୧ମ ବର୍ଷ ଓ ତନୁଶ୍ରୀ ବାଗ, ସ୍ଵାଗତିକା ମହାକୁର, ହେମାଙ୍ଗିନୀ ତାଣ୍ଡି, ରେଖା ବଏ, ରଙ୍ଗାଧର ତାଣ୍ଡି, ଯମୁନା ସାହୁ ପ୍ରମୁଖ ୨ୟ ବର୍ଷ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଶେଷରେ ଛାତ୍ରୀ ନୀଳିମା ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.