ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ ଗିରଫ: କାର ସହ ଗଞ୍ଜେଇ ଜବତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଗୁଡଭେଳା ଅଞ୍ଚଳରେ ବେଫିକର ଭାବରେ ଚାଲିଛି ଗଞ୍ଜେଇ ଚୋରା କାରବାର। ପ୍ରତିଦିନ ଜିଲ୍ଲା ବାହାରୁ ଗଞ୍ଜେଇ ଭର୍ତ୍ତି ହୋଇ ଆସୁଛି ଚାରି ଓ ଦୁଇ ଚକିଆ ଯାନରେ। ପୁଲିସ, ଅବକାରୀ ବିଭାଗ ଯେତେ ଧରପଗଡ କରୁଛନ୍ତି ସେତେ ଗଞ୍ଜେଇ ମାଫିଆ ଧରା ପଡୁଛନ୍ତି। ଦୁଇଦିନ ତଳେ ତୁଷୁରା ଅବକାରୀ ବିଭାଗ ପେଟ୍ରୋଲିଂ କରିବା ସମୟରେ ୪୫ କେଜି ଗଞ୍ଜେଇ ସହ ଗୋଟିଏ ଇଣ୍ଡିକା କାର ସହ ସ୍ଥାନୀୟ ଅଞ୍ଚଳର ଜଣେ ବେପାରୀଙ୍କ ସହ ଦୁଇ ଜଣ ଅନ୍ତଃ ରାଜ୍ୟ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ମାନେ ହେଲେ ତୁଷୁରା ଥାନା କାମର ସିଂହା ଗାଁ ରାଜୁ ଭୋଇ(୩୬), ଛତିଶ ଗଡ଼ ରାଜ୍ୟ ଦୁର୍ଗ ଜିଲ୍ଲାର ରାଜେନ୍ଦ୍ର ଚକ୍ରଧାରୀ (୩୮), ମନୋଜ ସାହୁ (୨୬)ଙ୍କ ଠାରୁ ତିନିଟି ବ୍ୟାଗରେ ୪୫ କେଜି ଗଞ୍ଜେଇକୁ ଜବତ କରିବା ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି। ଏବେ ଅନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ପରେ ତୁଷୁରା ଥାନା ଅଞ୍ଚଲରେ ଥିବା ଛୋଟରୁ ବଡ ଗଞ୍ଜେଇ ବେପାରୀଙ୍କ ଛାତି ଧଡ଼ ଧଡ଼ କରୁଛି। ସୂଚନାଯୋଗ୍ୟ ଯେ, ତୁଷୁରା ଅବକରୀ ଥାନାର ଶେଷ ସୀମାକୁ ଲାଗି କି ଥିବା ପଡୋଶୀ ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଅଞ୍ଚଳ ଓ କନ୍ଧମାଳ ଜିଲ୍ଲାର ବାଲିଗୁଡା, କଳାହାଣ୍ଡି ଜିଲ୍ଲାର ମହନଗିରୀ ଦେଇ ଗଞ୍ଜେଇ ଆସୁଛି ତୁଷୁରା ଅଞ୍ଚଳକୁ।ଏପରି କି କଣ୍ଟାମାଲ ଫାସଡ଼ ଦେଇ ତେଲ ନଦୀ ପାର ହୋଇ ଦେଓଗାଁ ବ୍ଳକର କେନ୍ଧୁଘାଟ ଦେଇ ସବୁର୍ଣ୍ଣପୁର ଓ ବରଗଡ଼ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବାର ସୁରାକ ମିଳୁଛି। କିଛି ଅସାଧୁ କର୍ମଚାରୀଙ୍କ ସହ ଗଞ୍ଜେଇ ମାଫିଆଙ୍କ ଭିତିରି ବୁଝାମଣା ଥିବାରୁ ଅନେକେ ସମୟରେ ଗଞ୍ଜେଇ ମାଫିଆ ଚଢ଼ାଉ ବେଳେ ଚଖମା ଦେଖାଇବାରେ ସଫଳ ହେଉଛନ୍ତି। ମାଫିଆଙ୍କ ସହ ଲିଙ୍କ ଥିବା କର୍ମଚାରୀଙ୍କୁ ଚିହ୍ନଟ କରି ଗଞ୍ଜେଇ ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.