ମଶାଲ ଶୋଭାଯାତ୍ରାରୁ ଆରମ୍ଭ ହେଲା ନର୍ଲା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୫ ଶନିବାର ଦିନ ମହାସମାରୋହରେ ଉଦଘାଟିତ ହୋଇଛି। ନର୍ଲାର ବୁଢ଼ାରଜା ମନ୍ଦିରରେ ପୂଜା ପାଠ ପରେ ବିଭିନ୍ନ ସାଂସ୍କୃତିକ ଦଳ ସହ ଏକ ବିଶାଳ ମଶାଲ ଶୋଭାଯାତ୍ରା ବ୍ଲକ ପରିସରରେ ଥିବା କଲାପାର ମଞ୍ଚ ପର୍ଯ୍ୟନ୍ତ ଯାଇଥିଲା।

Omkar Vasthu
Omkar Vasthu

ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ନେତୃତ୍ଵରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ନର୍ଲା ତହସିଲଦାର ବଳଦେବ ବେହେରା, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତ ରାମ ମାଝୀ, ସମ୍ପାଦକ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ରାକ୍ସୀ ସରପଞ୍ଚ ଯେମନ୍ତ ପୋଢ଼, ସମିତି ସଭ୍ୟା/ ସଭ୍ୟ ସଂଘର ସଭାପତି ଜୟ ମେହେର, ଚିରଞ୍ଜିବି ଗୌଡ଼ିଆ, ଦୀପାଞ୍ଜଳି ମାଝୀ, ନର୍ଲା ବ୍ଲକ କର୍ମକର୍ତ୍ତା, ସରପଞ୍ଚ ଓ ସମିତି ସଦସ୍ୟ ବୃନ୍ଦ, ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ, ସଦସ୍ୟ ହରିଶଙ୍କର ମାଝୀ, ଯୁବ ନେତା ଗୋବିନ୍ଦ ତାଣ୍ଡି, ଚଣ୍ଡିଦାସ ସାହୁ,

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସୁଦର୍ଶନ ଦୋରାଙ୍କ ସମେତ ଅନେକ ନିର୍ବାଚିତ ଲୋକ ପ୍ରତିନିଧି, ସ୍ୱଙ୍ଗ ସହାୟକ ଗୋଷ୍ଠୀର ମହିଳା ମାନେ, ସିଆରପି, ଏମବିକେ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ, ମହେଶ ନାଏକ, ସହକାରୀ ଯନ୍ତ୍ରୀ ସୁଧାଂଶୁ ମହଲି, ଭୋଳାନାଥ ଦାସ, ଓଏଲଏମ ସଂଯୋଜକ ସନତ କୁମାର ସାହୁ, ଜିପିଇଓ ରବି ନାୟକ, ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜୀତେନ୍ଦ୍ର ଯୋଷୀ, କୃଷ୍ଣଚନ୍ଦ୍ର ସାହୁ, ଶହସ୍ରାଂଶୁ ମିଶ୍ର, ଜଗଜୀବନ୍ ସାହୁ, ଏବିଇଓ ଗୋବର୍ଦ୍ଧନ ମାଝୀ ଙ୍କ ସମେତ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ଏହି ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଘୁମୁରା ଓ ସିଂ ବଜାର ତାଳେ ତାଳେ ବିଭିନ୍ନ ସାଂସ୍କୃତିକ ଟ୍ରୁପ ସହ ବ୍ଲକ ପରିସରରେ ରହିଥିବା କଲାପାର ମଞ୍ଚରେ ମଶାଲ ସ୍ଥାପନା କରାଯାଇଥିଲା।

ନର୍ଲା ବ୍ଲକ ପରିସରରେ ବହୁ ସଂଖ୍ୟାରେ ସମବେତ ହୋଇ ମାଶାଲକୁ ଭବ୍ୟ ସ୍ୱାଗତ କରିଥିଲେ। ଶାନ୍ତି ଶୃଂଖଳା ରକ୍ଷା କରିବା ଦିଗରେ ନର୍ଲା ପୋଲିସ ତରଫରୁ ବିଶେଷ ବ୍ୟବସ୍ଥା କରାଯାଇଥିଲା। ମଶାଲ ସ୍ଥାପନ ପରେ ମୁଖ୍ୟ ଅତିଥି ବିଧାୟିକା ଶ୍ରୀମତୀ ମହାନ୍ତି ଫିତାକାଟି ମଞ୍ଚ ଉଦ୍ଘାଟନ କରିଥିଲେ। ମଞ୍ଚରେ ଦୀପ ପ୍ରଜ୍ବଳନ ପରେ ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଯାଜ୍ଞସେନ ପଧାନ ମଞ୍ଚ ପରିଚାଳନା କରିଥିଲେ।

ନର୍ଲା ବିଡ଼ିଓ ଶ୍ରୀ ଦୀପ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ନର୍ଲା ବିଡ଼ିଓ ଶ୍ରୀ ଦୀପ, ତହସିଲଦାର ଶ୍ରୀ ବେହେରା, ମୁଖ୍ୟ ବକ୍ତା ଭାବରେ ତୁଳାପଡ଼ା କଲେଜର ଅଧ୍ୟାପକ ଉମେଶ ଚନ୍ଦ୍ର ସ୍ୱାଇଁ, ନର୍ଲାର ତିନିଜଣ ଜିଲ୍ଲା ପରିଷଦ ମଞ୍ଚାସୀନ ରହି କଳା ଓ ସଂସ୍କୃତିର ବାର୍ତ୍ତବହ କଳାହାଣ୍ଡି ଉତ୍ସବର ବିଶେଷତ୍ଵ ଉପରେ ବାଖାଣିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.