ଭୁବନେଶ୍ଵରରେ ମୁକ୍ତେଶ୍ବର ନୃତ୍ୟ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ପାଇଁ  ରାଜଧାନୀ ଭୁବନେଶ୍ବର ଉତ୍ସବମୁଖର ହୋଇ ଉଠିଥିଲା।  ରାଜରାଣୀ ସଙ୍ଗୀତ ମହୋତ୍ସବ ଓ ମୁକ୍ତେଶ୍ବର ନୃତ୍ୟ ଉତ୍ସବ ଏବଂ ଅନ୍ତର୍ଜାତୀୟ ଓଡ଼ିଶୀ ଉତ୍ସବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟ ଶଙ୍କର ଯୋଗଦାନ କରି ଶୁଭାରମ୍ଭ କରିଥିଲେ ଓ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଥିଲେ ଓଡ଼ିଶା ର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସାଂସଦ ସଂଗୀତା ସିଂହଦେଓ। ମୁକ୍ତେଶ୍ଵର ନୃତ୍ୟ ଉତ୍ସବର ଉଦ୍-ଘାଟନୀ ସଂନ୍ଧ୍ଯାରେ “କଳିଙ୍ଗାୟନ ତୌର୍ୟତ୍ରିକମ” ର କଳାକାର ମାନେ ମନମୁଗ୍ଧ କର ନୃତ୍ୟ ପରିବେଷଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.