ନର୍ଲା ମାଟିରୁ ଆରମ୍ଭ କଳାହାଣ୍ଡିର ଜୟଯାତ୍ରା…..

କଲାପାର ମଞ୍ଚରେ ନର୍ଲା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡିର ମାଟି ଆଦି ସଂସ୍କୃତିର ମାଟି। ଏହି ମାଟି ବୀର ମାଟି, କଳା ସଂସ୍କୃତିର ମାଟି। ନର୍ଲାର ଅସୁରଗଡ଼, କୋକସରାର ଗୁଡହାଣ୍ଡି ମନେ ପକେଇଦିଏ କଳାହାଣ୍ଡିର ଅତିତ ଗୈାରବ ଗାଥା। ନର୍ଲାରୁ ଆରମ୍ଭ ହୋଇଥିଲା କଳାହାଣ୍ଡିର ଜୟଯାତ୍ରା ବୋଲି ନର୍ଲାରେ ଆୟୋଜିତ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଅବସରରେ ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu

ଶନିବାର ନର୍ଲାରେ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟବକ୍ତା ଭାବେ ମାଁ ମାଣିକେଶ୍ଵରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥୁଆମୂଲ ରାମପୁରର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା, ସମ୍ମାନିତ ଅତିଥି ଭାବେ ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ, ନର୍ଲା ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନି ପ୍ରମୁଖ ମଞ୍ଚାସୀନ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଶିକ୍ଷାବିତ୍ ଯାଜ୍ଞସେନ ପଧାନ ମଞ୍ଚ ପରିଚାଳନା କରିଥିବାବେଳେ ଜିପିଓ ରବି ନାଏକ, ସେକ୍ସନ ଅଫିସର ଦିଗ ପଧାନ, ବିଏସଏସଓ ପ୍ରଦୀପ ବେହେରା, ଏକାଉଣ୍ଟ୍ ଅଫିସର ମଞ୍ଚାନନ ତାଣ୍ଡି, ଯୁବ ନେତା ଗୋବିନ୍ଦ ତାଣ୍ଡି, ଲୋକକଳାର ସର୍ବେଶ୍ଵର ଭୋଇ, ଓଏଲଏମ ସନତ କୁମାର ସାହୁ, ପିଇଓ କୃଷ୍ଣ ଚନ୍ଦ୍ର ସାହୁ, ଜିତେନ୍ଦ୍ର ଯୋଶୀ, ଶହଶ୍ରାଂଷୁ ମିଶ୍ର, ଜଗଜୀବନ ସାହୁ, ସମସ୍ତ କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏହି ଅବସରରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଳାହାଣ୍ଡି ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତର କଳାକାରମାନେ ଲୋକନୃତ୍ୟ ପରିବେଷଣ କରିଥିଲେ। ପ୍ରବଳ ଶୀତ ସତ୍ତ୍ବେ ହଜାର ହଜାର ଜନତା ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.