ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚତୁର୍ଥ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚତୁର୍ଥୀ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉମାଶଙ୍କର ଦୀପ ସଭାପତିତ୍ବ କରିଥିବା ବେଳେ କମିଟି ର ସଦସ୍ୟ ସଦସ୍ୟା ତଥା ଅଭିଭାବକ ମାନେ ଉପସ୍ଥିତ ରହିଥିଲେ। ଏହି ବୈଠକରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ସ୍ବାଗତ ଭାଷଣ ଦେବା ସହିତ ସଭା ର ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ସମସ୍ତ ଙ୍କୁ ସ୍ବାଗତ କରିଥିଲେ। ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ଚିଠି ମୁତାବକ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ବରିଷ୍ଠ ଶିକ୍ଷକ ସୁଜିତ କୁମାର ସାହୁ ସମାପ୍ତି ମୂଳକ ପରୀକ୍ଷାରେ ଅଭିଭାବକ ମାନଙ୍କ ର ଭୂମିକା, କମ୍ପୁଟର ଶିକ୍ଷା ସମ୍ବନ୍ଧରେ ବୁଝାଇଥିବା ବେଳେ ସଞ୍ଚାଳିକା ଦିବ୍ୟାସେନି ଦୂର୍ଗା ଆପାର ଆଇ ଡି ସମ୍ପର୍କରେ, କନିଷ୍ଠ ଶିକ୍ଷୟିତ୍ରୀ ରୁଚିର ନାୟକ ଛାତ୍ରଛାତ୍ରୀ ଙ୍କ ଆବେଗ କିପରି ଉତ୍ସାହିତ କରାଯିବ, ବରିଷ୍ଠ ଶିକ୍ଷକ ଶଶି ଭୂଷଣ ଦଳପତି ଏଫ୍ ଏଲ୍ ଏନ୍ ସମ୍ପର୍କ ରେ ବିଷଦ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଦେବାଶିଷ ମହାପାତ୍ର,ଉପମା ବାଗ, ଉଦ୍ଧବ ବାଗ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.