ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ଚେତାବନୀ ଦିବସ ପାଳିତ 

ମୃତ କୃଷକଙ୍କ ପରିବାରକୁ ସହାୟତା, ଚାଷୀ ଏବଂ ଭାଗ ଚାଷୀଙ୍କୁ ଫସଲର କ୍ଷତିପୂରଣ ପ୍ରଦାନ ତଥା ଚାଷୀଙ୍କ ସବୁ ଧାନକୁ ୩୧୦୦ ଟଙ୍କା ଦରରେ ସଂଗ୍ରହ ଦାବି

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଅଦିନିଆ ବର୍ଷାରେ ଫସଲ ନଷ୍ଟ ହୋଇଥିବା କାରଣରୁ ମୃତ୍ୟୁ ବରଣ କରିଥିବା କୃଷକ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ , ଫସଲ କ୍ଷତି ପାଇଁ ଚାଷୀ/ଭାଗଚାଷୀ’ଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା , ଆବଶ୍ୟକ ଅନୁଯାୟୀ ମଣ୍ଡି ଖୋଲିବା , କ୍ଵିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଚାଷୀର ସବୁ ଧାନ କ୍ରୟ କରିବା ଏବଂ କୃଷକ ମାନଙ୍କ ଋଣଛାଡ଼ ଇତ୍ୟାଦି ଦାବୀ ନେଇ ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ପାରଳାଖେମୁଣ୍ଡିସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନଙ୍କ ପଟୁଆର ଏବଂ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ଏକ ୫ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲାପାଳ’ଙ୍କୁ ପ୍ରଦାନ କରାଯାଇଛି । ସରକାର ଅବିଳମ୍ବେ କୃଷକମାନଙ୍କ ଜ୍ୱଳନ୍ତ ଦାବି ପ୍ରତି ସମ୍ବେଦନଶୀଳ ହୋଇ ପୂରଣ କରିବା ପାଇଁ ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ କୁହାଯାଇଛି ।
ଗତ ଅଦିନିଆ ବର୍ଷା ଜନିତ ଫସଲ କ୍ଷତି କାରଣରୁ ଓଡିଶାରେ ପ୍ରତିଦିନ କୃଷକ ଆତ୍ମହତ୍ୟା କରୁଥିବା ବେଳେ ରାଜ୍ୟ ସରକାର ପ୍ରବାସୀ ଭାରତୀୟ ସମ୍ମିଳନୀ ଅୟୋଜନ କରି ଲୋକଙ୍କ ଟିକସ ଅର୍ଥରୁ ୧୨୫ କୋଟି ଟଙ୍କା ଖର୍ଚ୍ଚ କରିବା ଚାଷୀଙ୍କ ଦୁର୍ଦ୍ଦଶା ପ୍ରତି ନିଷ୍ଠୁର ଉପହାସ ଏବଂ କଟା ଘା’ରେ ଚୂନ ଦେବା’ ସଦୃଶ୍ୟ ହୋଇଛି ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା କହିଛି।
ଆଜିକାର ଏହି ଆନ୍ଦୋଳନ ରେ ଅଖିଳ ଭାରତ କିଶାନ୍ ମଜଦୂର ସଭା (ଏଆଇକେଏମଏସ୍) ପକ୍ଷରୁ ଶ୍ରୀ କେଦାର ଶବର , ଶ୍ରୀ ସୁମ୍ବାରା ଶବର , ଶ୍ରୀ କାଡୁକା ଶବର , ଶ୍ରୀ ଜୁନେସ ମେଦି , ଓଡ଼ିଶା କୃଷକ ସଭା ପକ୍ଷରୁ ଶ୍ରୀ ଏମ୍ ବାଙ୍ଗାରି , ଶ୍ରୀ ମୋହିତ ମିଶାଲ , ଏଆଇଏକେଏସ୍: ପକ୍ଷରୁ ଶ୍ରୀ ପି: ମୁରଲି , ଗଜପତି ଜିଲ୍ଲା ରୟତ କୁଲି ରୟତ ସଂଘ ପକ୍ଷରୁ ଶ୍ରୀ ରକମ୍ ଲୋକନାଥମ୍ , ବିକେଏମୟୁ: ପକ୍ଷରୁ ଶ୍ରୀ ଜନା ସୁବାଷ ଚନ୍ଦ୍ର ପ୍ରମୁଖ ବହୁ ନେତୃବୃନ୍ଦ ଯୋଗଦେଇ ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ । ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ଏକ ୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ’ଙ୍କ ଉଦ୍ଦେଶ୍ୟରେ ଏକ ୫ ଦଫା ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲାପାଳ’ଙ୍କୁ ପ୍ରଦାନ କରା ଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.