୧୨ତମ ସୁଜନ ନାଗ ଫୁଟବଲ ଟୁର୍ନାମେଣ୍ଟ, ତରଭା ରିଜୁଲ ଏମଏଫସି ଚାମ୍ପିଅନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ରୟାଲ ପଡିଆ ଠାରେ ଅନୁଷ୍ଟିତ ୧୨ ତମ ସୁଜନ ନାଗ ମେମୋରିଆଲ ରାଜ୍ୟସ୍ତରୀୟ ଫୂଟବଲ ଟୁର୍ନାମେଣ୍ଟ ଗ୍ରାଣ୍ଡ ଫାଇନାଲ ମ୍ୟାଚ ବିଏସଏଫ୍ ସୋନପୁର ବନାମ ରିଜୁଲ ଏମଏଫସି ତରଭା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ମେଗା ଫାଇନାଲ ମ୍ୟାଚ ୦-୦ ଗୋଲ ରେ ଅମୀମାଂସିତ ହେତୁ ଟାଇବ୍ରେକର ର ସହାୟତା ନିଆଯାଇଥିଲା। ଏଥିରେ ତରଭା ଦଳ ୪-୩ ଗୋଲ ସ୍କୋର କରି ୨୦୨୫ ଚମ୍ପିୟାନ ହୋଇଥିଲା। ପ୍ରାୟୋଜକ ହରି ଶଙ୍କର ଚୌଧୁରୀଙ୍କ ବିଜେତା ଦଳକୁ ୱିନର ପ୍ରାଇଜ ଟ୍ରଫି ସହ ୫୦ ହଜାର ଟଙ୍କା ଓ ଫାଇନାଲ ମ୍ୟାଚର ଉପ-ବିଜେତା ଦଳର ପ୍ରାୟୋଜକ ଆଶିଷ ସାହୁଙ୍କୁ ଟ୍ରଫି ସହ ୩୦ ହଜାର ଟଙ୍କା କେଶ୍ ପ୍ରାଇଜ୍ ପ୍ରଦାନ୍ କରାଯାଇଥିଲା। ବେଷ୍ଟ ଡିଫେନ୍ସ ଭାବେ ସୋନପୁର ଦଳର ରାକେଶ ରାବଣ, ବେଷ୍ଟ ଗୋଲ କିପର ଭାବେ ଆଲୋକ ଏକ୍କା, ବେଷ୍ଟ ୱିଙ୍ଗର ଭାବେ ଓମ ମହାନନ୍ଦ, ବେଷ୍ଟ ମିଡ଼ ଫିଲଡର ଭାବେ ରଘୁ ମାରାଣ୍ଡି, ମେନ ଅଫ ଦି ସିରିଜ ସୁନୀଲ ଲୁଇସ ଏବଂ ହିରୋ ଅଫ ଦି ମ୍ୟାଚ ଭାବେ ଦେବରାଜ ସା ପୁରସ୍କୃତ ହୋଇଥିଲେ। ମୁଖ୍ୟ ରେଫରୀ ଭାବେ ନନ୍ଦୁ ନାୟକ ଦାୟିତ୍ବ ତୁଲାଇ ଥିବା ବେଳେ ସହଯୋଗୀ ରେଫରୀ ଭାବେ ଦିପେଶ ପଧାନ, ପ୍ରଶାନ୍ତ ସେଠି, ମ୍ୟାଚ କମିସନର ଭାବରେ ଜଗତ ଜଗଦଳା, ସନ୍ତୋଷ ପଧାନ ଦାୟିତ୍ୱ ତୁଲାଇଥିଲେ। ଆଜିର ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସୁପାର ଠେଲା ଏବଂ ସମ୍ମାନିତ ଅତିଥି ଭାବରେ ବଳଦେବ ବେଦବାକ, ଶ୍ରୀବତ୍ସ ମଲ୍ଲିକ, ବିଏମପୁର ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା, ରଞ୍ଜନ ଠେଲା, ସୋନପୁର ପୋଲିସ ଆରଆଇ ଭକ୍ତ ବନ୍ଧୁ ସେଠ, ଯୁବ ସଂଗଠକ ଅରବିନ୍ଦ ବାରିକ, ଅଧ୍ୟାପକ ଉମାକାନ୍ତ ନାଗ , ଯୁବ ନେତା ଅମୀୟ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ୧୬ ଗୋଟି ଦଳର ପ୍ରାୟୋଜକ ସଂଜୀବ ମହାରଣା, ରମଣ ପଧାନ, ବିଜେତା ଦଳର ହରିଶଙ୍କର ଚୌଧିରୀ, ଉପ ବିଜେତା ଦଳର ପ୍ରାୟୋଜକ ଆଶିଷ କୁମାର ସାହୁ ଅମିତ ସାହୁ, ସିରିଶ ଦାସ, ସନ୍ତୋଷ କୁମାର ପୂଝରୀ, ଜୟ କୁମାର ସା, ଗୌତମ ପାତ୍ର, ନିଶାନ୍ତ ମହାନ୍ତି, ଶ୍ରୀରାମ ସୁନା, ଈଶ୍ୱର ମେହେର, ବିକ୍ରମ ନାଏକ, ଗଜାନନ ବନଛୋର ଓ ଲୋକନାଥ ରଥ ଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସମାଜ ସେବୀ ରେ ନିୟୋଜିତ ସୁବର୍ଣ୍ଣପୁର ର ସାତ ଗୋଟି ସଂଗଠନ ଙ୍କୁ ସମ୍ବର୍ଧିତ କରାଯାଇଥିଲା l ନିମନ୍ତ୍ରିତ ଅତିଥି ଭାବରେ ଚି଼ଙ୍ଗରି ଗିରି ଗିରି (ଚନ୍ଦନ ପଟରାଏ) ଚାନ୍ଦିନୀ ସୁନା ଯୋଗ ଦେଇ ଦର୍ଶକଙ୍କ ମନ ମୁଗ୍ଧ କରିଥିବା ବେଳେ ପୁରସ୍କାର ବିତରଣ କାର୍ଯ୍ୟ କ୍ରମ ଓ ସଭା କାର୍ଯ୍ୟ କୁ ଟର୍ଣାମେଣ୍ଟ ର ଆୟୋଜକ ତଥା ସୋନପୁର ର ପରିଚିତ ବ୍ୟକ୍ତିତ୍ବ, ସୁ ସଂଗଠକ ରାକେଶ ନାଗ ପରିଚାଳନା କରିଥିଲେ l ଜନ୍ମେ, ଗଜା, ଅନିଲ, ନଟ ,ସୁରଜ , ଋଷୁଭ, ରମେଶ, ମହେଶ, ସିଦ୍ଧାର୍ଥ, ନେଉଳ, ଖଗ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଖେଳ ର ମଧ୍ୟାନ୍ତର ରେ ପଡ଼ିଆ ରେ ତାଲ ସେ ତାଲ ମିଲା ଟ୍ରୁପ ଲୋକାଲ କଳାକାର ଙ୍କ ଦ୍ବାରା ରେକର୍ଡ ଡ୍ୟାନ୍ସ ପରିବେଷଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.