ଚିର୍ତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦୁଲୁକି ଉଠିଲା ମଞ୍ଚ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରାର ବାର୍ତ୍ତାକୁ ନେଇ ପ୍ରଚାରପ୍ରସାର ଓ ଲୁକ୍କାୟିତ କଳାକାରଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ନେଇ ଆରମ୍ଭ ହୋଇଥିଲା କଳାହାଣ୍ଡି ଲୋକ ମହୋତ୍ସବ ଘୁମୁରା। ଗୋଲାମୁଣ୍ଡା ବ୍ଲକ ଶିବାଜୀ ଷ୍ଟାଡିୟମ ଚୁରାପାହାଡ଼ ମଞ୍ଚରେ ରବିବାର ଚିର୍ତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହା ଉଦ୍ଯାପିତ ହୋଇଯାଇଛି। ଏହି ଉତ୍ସବ ର ଅଧ୍ୟକ୍ଷ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ୱରେ ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପଟଯୋଶୀ, ସ୍ୱତନ୍ତ୍ର ଅତିଥି ଭାବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦୟାମୟ ପାଢ଼ୀ, ଓଡିଶା ସୂଚନା ଅଧିକାର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର,ସମ୍ମାନିତ ଅତିଥି ଭାବରେ ପରଂବ୍ରହ୍ମ ଯୋଶୀ ଲୋକାପାଳ ମନରେଗା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୁନାଗଡ଼ ମନୋଜ ମେହେର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବୃଷଭ ନାଏକ, ଗୋଲାମୁଣ୍ଡା ବିଇଓ ଭବାନୀଶଙ୍କର ଯୋଶୀ, ତହସିଲଦାର ଚନ୍ଦନ ନାଏକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । କଳାକାରଙ୍କ ବିଭିନ୍ନ ଲୋକକଳା, ପରମ୍ପରା ଚଳଣୀକୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ପଶ୍ଚିମ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ରୁକୁସୁନା ଓ ସାଥି ଙ୍କ ଦ୍ଵାରା ମେଲୋଡି ପରିବେଷଣ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ତରଙ୍ଗ ଚଣ୍ଡି, ବିଶ୍ୱରଞ୍ଜନ ପଣ୍ଡା, ଅଶ୍ୱିନ ମଲ୍ଲିକ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ତିନି ଦିନ ଧରି ଚୁରାପାହାଡ଼ ମଞ୍ଚରେ ଆୟୋଜିତ କାର୍ଯ୍ୟକ୍ରମକୁ ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।