କଳାହାଣ୍ଡି ଉତ୍ସବ ପାଇଁ ରେଣ୍ଡୋ ମାଝୀ ପୀଠ ଓ ଡୋକୁରି ଦେବୀଙ୍କ ପୀଠରୁ ମଶାଲ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜାନୁଆରୀ ୧୪ରୁ ଭବାନୀପାଟଣାରେ ଆରମ୍ଭ ହେବ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ଉର୍ଲାଦାନୀ ସ୍ଥିତ ସହିଦ ରେଣ୍ଡୋ ମାଝିଙ୍କ ପ୍ରତିମୂର୍ତ୍ତି ଏବଂ ମଦନପୁର ରାମପୁର ରାଜପ୍ରସାଦର ମାଁ ଡୋକରି ଦେବୀଙ୍କ ପୀଠରୁ ଭବାନୀପାଟଣା ଅଭିମୁଖେ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଛି।

ମଶାଲକୁ ନର୍ଲା ବ୍ଲକ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ, ବିଇଓ ତପିମଣୀ ଜାନୀ, ଏବିଇଓ ଗୋବର୍ଦ୍ଧନ ମାଝୀ, ଏସଓ ଦିଗ ପଧାନ, ଏଏସଓ ଦେବାର୍ଚନ ତେଜୀ, ଜିପିଓ ରବି ନାଏକ, ପ୍ରକାଶ ଚନ୍ଦ୍ର ଭୋଇ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

ମଶାଲ ଯାତ୍ରାକୁ ନେହେରୁ ଯୁବ କେନ୍ଦ୍ରର କଳାହାଣ୍ଡି ଜାତୀୟ ଯୁବ ସ୍ବେଛାସେବୀ ସନତ କୁମାର ସାହୁ ପରିଚାଳନା କରିଥିବେବେଳେ ଠାକୁର ସାହୁ, ତୁଷ୍ମନ୍ତ ସାହୁ, ଅନିଲ ପରାସେଠ, ଦୁର୍ଯ୍ୟଧନ ନାଏକ, ପ୍ରମୋଦ ନାଏକ, ଅଭିନାଶ ନାଏକ, କ୍ଷୀରୋଦ ମଣି ଧରୁଆ, ତପନ ଦୀପ ସହଯୋଗ କରିଥିଲେ। ଏହା ଆସନ୍ତା ୧୪ ତାରିଖ ଦିନ ଭବାନିପାଟଣା ପହଞ୍ଚିବା ନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.