ଚିଙ୍ଗୁଡିସର ଲୋକ ମହୋତ୍ସବ ଉଦ୍‌ଘାଟିତ

୫ ଉଲ୍ଲେଖନୀୟ ବ୍ୟକ୍ତିବିଶେଷ ହେଲେ ସମ୍ମାନୀତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡିର ଲୋକକଳା,ଲୋକସଂସ୍କୃତି,ପରମ୍ପରା ଓ ମନୋରଞ୍ଜନର ଏକ ଅନନ୍ୟ ସଙ୍ଗମ ଚିଙ୍ଗୁଡିସର ଲୋକମହୋତ୍ସବ ରବିବାର ମହାସମାରୋହରେ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ବିବେକାନନ୍ଦ ୟୁଥ୍ କ୍ଲବର ୧୦ମ ବାର୍ଷିକ ଉତ୍ସବ ତଥା ଜାତୀୟ ଯୁବ ଦିବସ ଉପଲକ୍ଷେ ଏହାକୁ ଆୟୋଜନ କରାଯାଇଛି। ଏହି ଅବସରରେ ସକାଳରେ ଜୁନାଗଡ଼ ମା’ ଲଙ୍କେଶ୍ବରୀଙ୍କ ମନ୍ଦିର ଠାରୁ ଚିଙ୍ଗୁଡିସର ଲୋକ ମହୋତ୍ସବ ପଡିଆ ପ୍ରର୍ଯ୍ୟନ୍ତ ଏକ ବିଶାଳ ମଶାଲ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ନାନ୍ଦୋଲ ଜୋନ୍ ର ଜିଲା ପରିଷଦ ସଦସ୍ୟ ଲାଲ ବାହାଦୂର ଜାନୀଙ୍କ ଦ୍ୱାରା ଅନୁଷ୍ଠାନର ପତକା ଉତୋଳନ କରାଯାଇଥିଲା। ଅପରାହ୍ନରେ ଜିଲା ସ୍ତରୀୟ କବିତା ପାଠୋତ୍ସବ ଓ ଶିଶୁ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଏକ ଆଲୋଚନା ଚକ୍ର (ଗାଁ ହାଲ ଚାଲ କାର୍ଯ୍ୟକ୍ରମ) ଅନୁଷ୍ଠିତ ହୋଇଥିଲା। ଏଥ‌ିରେ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା, ଜିଲା ପରିଷଦ ଉପାଧ୍ଯକ୍ଷା ସୁଧିରା ମେହେର, ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ସ୍ଥାନୀୟ ସରପଞ୍ଚ ଲୋପାମୁଦ୍ରା ବାଗ ପ୍ରମୁଖ ଯୋଗଦେଇଥିଲେ। ଚିଙ୍ଗୁଡିସର ପଞ୍ଚାୟତ ଗଠନ ହେବାରେ ଏଠାକାର ଯୁବ ଗୋଷ୍ଠୀଙ୍କ ପ୍ରମୁଖ ଭୂମିକା ରହିଛି। ଯୁବଗୋଷ୍ଠୀ ଏକତ୍ରିତ ହୋଇପାରିଲେ କେମିତି ପଞ୍ଚାୟତ ତଥା ଅଞ୍ଚଳରେ ରେ ପରିବର୍ତ୍ତନ ଆସେ ତାହା ଏଠାରେ ଦେଖିବାକୁ ମିଳେ। ଯାହାର ପ୍ରମାଣ ଏହି ବିବେକାନନ୍ଦ ୟୁଥ୍ କ୍ଲବ ବୋଲି ବିଧାୟକ ମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ। ସେହିପରି ଆଗାମୀ ଦିନରେ ଚିଙ୍ଗୁଡିସର ପଞ୍ଚାୟତରେ ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ଏକ ହାଇସ୍କୁଲ ସ୍ଥାପନ କରାଯିବା ନେଇଁ ସେ କହିଥିଲେ। କାର୍ଯ୍ୟକ୍ରମକୁ କ୍ଲବର ସଭାପତି ବିନୟ କୁମାର ସାହୁ ଓ ସମ୍ପାଦକ ହିମାଂଶୁ ପୁଝାରୀ ପରିଚାଳନା କରିଥିଲେ। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ୫ ବ୍ୟକ୍ତି ବିଶେଷଙ୍କୁ ବିବେକାନନ୍ଦ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହି କ୍ରମରେ ବିବେକାନନ୍ଦ ଶିକ୍ଷା ସମ୍ମାନରେ ଜାତୀୟ ପୂରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କର, କ୍ରୀଡା ସମ୍ମାନରେ ଅର୍ନ୍ତଜାତୀୟ ପର୍ବତାରୋହୀ ଯୋଗବ୍ୟାସ ଭୋଇ, ଲୋକକଳା ସମ୍ମାନରେ ସର୍ବେଶ୍ୱର ଭୋଇ, ସାମ୍ବାଦିକତା ସମ୍ମାନରେ ବରିଷ୍ଠ ସାମ୍ବାଦିକ ଉତ୍ତମ କୁମାର ଦାଶ, କୃଷି ସମ୍ମାନରେ ମନ୍ମଥ ସାହୁ ଓ ସମାଜସେବା ସମ୍ମାନରେ ଯଶୋବନ୍ତ ରଣାଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର, ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ପରେ ମସିଗାଁର କଳାକାରଙ୍କ ଦ୍ୱାରା ଘୁମୁରା, ପ୍ରତିଭା ଅନୁଷ୍ଠାନ ପକ୍ଷରୁ ସିଙ୍ଗାରୀ ଓ ବଜାଶାଳ ନୃତ୍ୟ ପରିବେଷଣ ହୋଇଥିଲା। ଯାହାକି ବେଶ ଚିତା କର୍ଷକ ହୋଇଥିଲା। ଏହାପରେ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନୋଜ ମେହେର, ବେଣୁ ବାଗ, ଅନୁ ବନ୍ଧନ, ଖୋଲାନନ୍ଦ ଝାଙ୍କର,ଲିପ୍ସା ଦଣ୍ଡସେନା, ସୁଧାମୟୀ ପଣ୍ଡା,ନିତେଶ ଯୋଶୀ ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବିଧାୟକ ମିଶ୍ରଙ୍କ ଦ୍ୱାରା ବିବେକାନନ୍ଦ ୟୁଥ କ୍ଲବ ର ନୂତନ କୋଠା ଉଦଘାଟନ ହୋଇଥିଲା। ଏହି ମହୋତ୍ସବ କୁ ପରିଚାଳନାରେ ସ୍ଥାନୀୟ କ୍ଲବର କାର୍ଯ୍ୟକର୍ତ୍ତା ମନୋରଞ୍ଜନ ପୁଝାରୀ, ଅରବିନ୍ଦ ବାଗ, କଲ୍ୟାଣ ପୁଝାରୀ,ବିଶିକେଶନ ବିଶ୍ୱାଲ, ଗୁରୁବାରୁ ପୁଝାରୀ, ପିତାମ୍ବର ପୁଝାରୀ ପ୍ରମୁଖ ସକ୍ରିୟ ଦାୟିତ୍ବ ତୁଲାଉଛନ୍ତି। ସୋମବାର ରାତିରେ ଏହା ଉଦ୍ ଯାପନୀ ସମାରୋହ ଅନୁଷ୍ଠିତ ହେବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.