ସୋନପୁର ମଝିପଡ଼ା ରାମଜୀ ମନ୍ଦିରରେ ନବାର୍ଣ୍ଣ ପାରାୟଣ ଉଦଯାପିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତ ୫ ତାରିଖ ରୁ ୧୩ ତାରିଖ ଯାଏଁ ସୋନପୁର ମଝିପଡ଼ା ଶ୍ରୀ ରାମଜୀ ମନ୍ଦିର ଠାରେ ଅନୁଷ୍ଟିତ ହୋଇଥିବା ଶ୍ରୀ ରାମ ଚରିତ ମାନସ ଓ ନବାର୍ଣ୍ଣ ପାରାୟଣ ମହୋତ୍ସବ ଉଦଯାପିତ ହୋଇଯାଇଛି। ଗତ ୭ ତାରିଖରେ ସୀତା ବିବାହ କରାଯାଇ ପ୍ରଭୂଙ୍କ ଠାରେ ୫୬ ପ୍ରକାର ଭୋଗ ଲାଗି କରାଯାଇଥିଲା। ଦିର୍ଘ ୩୦ ବର୍ଷ ପୂର୍ବରୁ ମଝିପଡ଼ା ମହିଳା ସମିତି ଦ୍ବାରା ଏହି ଉତ୍ସବ ମହା ସମାରୋହରେ ଆୟୋଜନ କରାଯାଉଥିବା ବିଷୟ ସମିତି ର ବରିଷ୍ଠ ମହିଳା ସଦସ୍ୟ କଳ୍ପନା ଭୋଇ, ମଞ୍ଜୁ ପାଣିଗ୍ରାହୀ, ଅଞ୍ଜଳି ଦାଶ ପ୍ରକାଶ କରିଛନ୍ତି। ଆଜି ସହରରେ ମହାପ୍ରଭୁଙ୍କ ନଗର ପରିକ୍ରମା ପରେ ଉତ୍ସବ ଉଦଯାପନ କରଯାଇଛି। ବ୍ୟାସ ଚୈତନ୍ୟ ମିଶ୍ର ଓ ପୂଜକ ଚୈତନ୍ୟ ପୁଝାରୀ ଙ୍କ ଦ୍ବାରା ରୀତି ନୀତିରେ ରାମାୟଣ ପଠନ ଓ ପୂଜା ଅର୍ଚ୍ଚନା କାର୍ଯ୍ଯକ୍ରମ ହୋଇଥିବା ବେଳେ ଦୀର୍ଘ ନଅ ଦିନ ଧରି କର୍ତ୍ତା ଭାବେ ଅଟଳ ମହାପାତ୍ର ଓ ରୁନି ମହାପାତ୍ର ଯଜ୍ଞ ପୀଠ କାର୍ଯ୍ଯ ତୁଳାଇଥିଲେ। ରାମ ମନ୍ଦିରର ସଦସ୍ୟ ତଥା ଭକ୍ତ ଶ୍ରୀବତ୍ସ ମଲ୍ଲିକ, ଭାକୋଡୋ ସ୍ବାଇଁ, ପଦ୍ମନାଭ ପାଢ଼ୀ, ମନବୋଧ ଭୋଇ, ମାନ ଭଞ୍ଜନ ସାହୁ, ଲଡ଼ୁ କିଶୋର ମଲ୍ଲିକ, ପୀୟୂଷ ପଣ୍ଡା, ରଞ୍ଜିତ ସାହୁ, ସନ୍ତୋଷ ପାଢ଼ୀଙ୍କ ତତ୍ଵାବଧାନ ରେ ଅନୁଷ୍ଟିତ ଏହି ମହତ୍ କାର୍ଯ୍ୟରେ ଖିତି ସୂତା ତ୍ରୀପାଠୀ, ସୁଭଦ୍ରା ଦଳାଇ, କଲ୍ପନା ତ୍ରିପାଠୀ, ଅନୂଷୟା ତ୍ରିପାଠୀ, ସୌଦାମିନୀ ଦାଶ, ସ୍ମରଣିକା ମିଶ୍ର, ସବିତା ସାହୁ, ଲକ୍ଷ୍ମୀ ମଲ୍ଲିକ, ଯମୁନା ମଲ୍ଲିକ, ଭାଗ୍ୟସିନି ରଥ, ଜ୍ୟୋତ୍ସ୍ନା ମିଶ୍ର, କୁନି ପଣ୍ଡା ପ୍ରମୁଖ ଶତାଧିକ ମହିଳା ଭକ୍ତଙ୍କୁ ସଂଗଠିତ କରିବା ଓ ଉତ୍ସବ ପାଳନରେ ସକ୍ରିୟ ସହଯୋଗ କରିଥିଲେ। ପ୍ରତ୍ୟହ ୫୦୦ ରୁ ଉର୍ଦ୍ଧ୍ବ ମହିଳା ଭକ୍ତ ପ୍ରସାଦ ସେବନ କରିଥିବା ଜଣାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.