ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୭ ତମ ବାର୍ଷିକ ଉତ୍ସବ ପରିଚାଳନା କମିଟିର ସଭାପତି ଭିକାରି ଚରଣ ସାହୁଙ୍କ ସଭାପତିତ୍ୱରେ ମହା ସମାରୋହରେ ପାଳିତ ହୋଇଯାଇଛି । କଳାହାଣ୍ଡି ଲୋକସଭା ସାଂସଦ ମାଲବିକା ଦେବୀ ମୁଖ୍ୟ ଅତିଥିରୂପେ ଯୋଗଦେଇ ଦୀପ ପ୍ରଜ୍ୱଲନ ପୂର୍ବକ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଏଥିରେ ଡ଼ମ୍ବରୁଧର କର୍ମି ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଟିକଦେବ ସାହୁ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପଠନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ରାଜେଶ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଜନାର୍ଦ୍ଦନ ବାଗ ମଞ୍ଚ ପରିଚାଳନା କରିଥିଲେ । ଏହି ଉତ୍ସବରେ କୃତିଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସଭା କାର୍ଯ୍ୟପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର କୋଷାଧ୍ୟକ୍ଷ ମକରଧ୍ଵଜ ସାହୁ, ଯୁଗ୍ମ ସମ୍ପାଦିକା ପପିତା ମାହାର, ଉପ ସଭାପତି ବାଞ୍ଛାନିଧି ମିଶ୍ର, ସଦସ୍ୟ ପ୍ରମାଦ ସାହୁ, ସଦସ୍ୟା ନୁପୁର ସାହୁ,ପୂର୍ବତନ ସମ୍ପାଦକ ବିଭୀଷଣ ସାହୁ ଓ ନରେଶ ସାହୁ ଉପସ୍ଥିତ ଥିଲେ । ସମସ୍ତ ଗୁରୁଜୀ ଗୁରୁମା, ଶିଶୁ ଭାଇ ଭଉଣୀ, ପୂର୍ବଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।