ମହାରାଜା ହାଇସ୍କୁଲ ୧୯୬୮ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ମହାରାଜା ହାଇସ୍କୁଲ ୧୯୬୮ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରମାନଙ୍କର ଏକ ବନ୍ଧୁ ମିଳନ ବ୍ୟୋମକେଶ ଦାଶଙ୍କ ଫାର୍ମ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ପରଲୋକ ପ୍ରାପ୍ତ ବନ୍ଧୁ ଶ୍ରୀ ପ୍ରଭାକର ସେନାପତିଙ୍କ ବିୟୋଗରେ ସମସ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ। ବଂଧୁ ମିଳନର ଉଦ୍ୟୋକ୍ତା ଆଡଭୋକେଟ ବ୍ୟୋମକେଶ ଦାଶ ବଂଧୁମାନଙ୍କ ସହଯୋଗ କ୍ରମେ ୨୦୦୪ ରୁ ଦୀର୍ଘ ୨୨ ବର୍ଷ ହେଲା ସୁଚାରୁ ଭାବେ ବଂଧୁ ମିଳନ ସଫଳ ଭାବେ ହୋଇ ପାରୁ ଥିବାରୁ ସାଧୁବାଦ ଜଣାଇ ନିଶ୍ଚିତ ଭାବେ ଆଗାମୀ ବର୍ଷମାନଙ୍କରେ ଯୋଗଦାନ କରିବାକୁ ଆହ୍ବାନ ଜଣାଇଥିଲେ। ଆଡଭୋକେଟ ଇନ୍ଦ୍ରମଣି ଦାଶ ସମସ୍ତେ ନିଜର ପୁରାତନ ବନ୍ଧୁମାନଙ୍କ ସହ ମିଳିତ ହେବାକୁ ଲକ୍ଷ୍ୟ ରଖିଲେ ସେମାନଙ୍କୁ ଆପେ ଆପେ ଏ ସମାବେଶ ଟାଣି ଆଣିବ ବୋଲି ଆଶାବ୍ୟକ୍ତ କରିଥିଲେ। ପ୍ରାକ୍ତନ ପ୍ରଧାନ ଶିକ୍ଷକ ପଞ୍ଚାନନ ଦଳପତି ଜୀବନ ଅପରାହ୍ନରେ ବନ୍ଧୁ ଭାବକୁ ଉଜ୍ଜୀବିତ କରିବା ପାଇଁ ସମାବେଶ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ।ଜୀବନର ବାସ୍ତବତାକୁ ସମ୍ପୁର୍ଣ୍ଣ ରଖିବାକୁ ବନ୍ଧୁମିଳନ ଏକମାତ୍ର ବିକଳ୍ପ ବୋଲି ଆଡଭୋକେଟ ହରି ନାରାୟଣ ତ୍ରିପାଠୀ ମତବ୍ୟକ୍ତ କରିବା ସହ ସମସ୍ତେ ସୁସ୍ଥ ମୟ ରହି ଆଗାମୀ ବର୍ଷ ବଂଧୁମିଳନରେ ଅଂଶଗ୍ରହଣ କରିବାକୁ ନିବେଦନ କରିଥିଲେ। ରସରାବ ସା ବନ୍ଧୁ ଭାବର ମୂଲ୍ୟତ୍ବ ସମସ୍ତେ ଉପଲବ୍ଧି କରିବା ଆବଶ୍ୟକ ବୋଲି କହିଥିଲେ । ଏଥିରେ ସର୍ବଶ୍ରୀ ନିତ୍ୟାନନ୍ଦ ମାଝୀ, ପ୍ରଫୁଲ୍ଲ କୁମାର ଚାନ୍ଦ, ବୁଧୁଭୂଷଣ ପାଣିଗ୍ରାହୀ, ନରସିଂହ ପଟ୍ଟନାୟକ, ବେଦବ୍ୟାସ ତ୍ରିପାଠୀ, ରଘୁବୀର ଦାଶ, କୃପାସିନ୍ଧୁ ପାଣିଗ୍ରାହୀ, ଥବିର ଚରଣ ବିଶି, ବ୍ରଜ ଗୋପାଳ ପୁଜାହାରୀ, ପରମେଶ୍ବର ଦାନୀ, ମଧୁସୁଦନ ମିଶ୍ର, ଧ୍ରୁବରାଜ ବାରିକ, ମୋହନ ମାଝୀ, କେଶବ ଚରଣ କର୍ମୀ, ସତ୍ୟନାରାୟଣ ମେହେର ପ୍ରମୁଖ ୨୦ ଜଣ ଯୋଗଦେଇଥିଲେ। ଶେଷରେ ଶ୍ରୀ କୃପାସିନ୍ଧୁ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ ପରେ ସମାବେଶ ସାଙ୍ଗ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.