କେନ୍ଦୁଉଡ଼ାର ହାଇସ୍କୁଲରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ସହ ଅପଗ୍ରେଡ଼ ଦାବି: ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ପଞ୍ଚାୟତବାସୀ ଦେଲେ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ କେନ୍ଦୁଉଡ଼ାର ଗ୍ରାମରେ ଅଖିଳ ଭାରତୀୟ ଆଦିବାସୀ ଉଚ୍ଚ ବିଦ୍ୟାଳୟ ରହିଛି | ଉକ୍ତ ବିଦ୍ୟାଳୟରେ ଉକ୍ତ ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀ ପାଠ ପଢିଥାନ୍ତି | ତେବେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନ ଥିବାରୁ ବିଦ୍ୟାଳୟରେ ଶିକ୍ଷାଦାନ ଘୋର ପ୍ରଭାବିତ ହେଉଛି | ପରୀକ୍ଷା ପ୍ରସ୍ତୁତି ନେଇ ଛାତ୍ରଛାତ୍ର ବହୁ ସମସ୍ୟା ଭୋଗୁଛନ୍ତି | ଉକ୍ତ ବିଦ୍ୟାଳୟରେ ଏବେ ବିଜ୍ଞାନ, ସଂସ୍କୃତ, ହିନ୍ଦୀ ଓ ଖେଳ ଶିକ୍ଷକ ପଦ ଖାଲିପଡିଛି | ଏହି ପରିପ୍ରେକ୍ଷୀରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ସହ ହାଇସ୍କୁଲକୁ ଅପଗ୍ରେଡ଼ କରି +୨ ଶ୍ରେଣୀ ଖୋଲାଯିବା ନେଇ ପଦକ୍ଷେପ ନେବା ଦାବିରେ ପଞ୍ଚାୟତବାସୀ ସଇଁନ୍ତଳା ଠାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଉପସ୍ଥିତିରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ | ଲକ୍ଷ୍ମଣ ବଗର୍ତ୍ତୀ, ବିଦୁର କରନ, ସରୋଜ ମହାକୁର, ଭୂପେନ୍ଦ୍ର ବାଗ, ପ୍ରକାଶ ବଗର୍ତ୍ତୀ, ପ୍ରମୋଦ ଭୋଇ, ଧନୀରାମ ବାଗ, ତେଜରାଜ ଘିଭେଲା, ସୁବ୍ରତ ମହାକୁର ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.