କଳାପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଭୁର୍ଟିଗଡ ଚମ୍ପିୟାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ହାଇସ୍କୁଲ ଖେଳ ପଡିଆଠାରେ ଚାଲିଥିବା ରାଜ୍ୟସ୍ତରୀୟ କଳାପାହାଡ଼ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ମଙ୍ଗଳବାର ଫାଇନାଲ ଖେଳ ଭୁର୍ଟିଗଡ ଏକାଦଶ ଏବଂ ବଲାଙ୍ଗିର ତୋଷ ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁର୍ଟିଗଡ଼ ଦଳ ବିଜୟୀ ହୋଇଥିଲା। ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ସମ୍ମାନିତ ଅତିଥିଭାବେ ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବିଶିଷ୍ଟ ଆଇନଜୀବୀ ସୁବାଷ ଚନ୍ଦ୍ର ଅଗ୍ରୱାଲ, ସମାଜସେବୀ ସମୀର କୁମାର ଚାନ୍ଦ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା, ପୂର୍ବତନ କ୍ରିଡାବିତ ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ବିଜେତା ଭୁର୍ଟିଗଡ ଦଳକୁ ଟ୍ରଫି ସହ ନଗଦ ୨୫,୦୦୦/- ଟଙ୍କା ଓ ରନର୍ସ ଅପ ବଲାଙ୍ଗିର ଦଳକୁ ଟ୍ରଫି ସହ ନଗଦ ୧୫,୦୦୦/- ଟଙ୍କା ପ୍ରଦାନ କରାଯାଇଥିଲା। ଆୟୋଜକ କମିଟିର ସଭାପତି ରିନେସ ଅଗ୍ରୱାଲ, ସାଧାରଣ ସମ୍ପାଦକ ନୀରଜ ଶର୍ମାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଫାଇନାଲ ମ୍ୟାଚ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.