ଶ୍ରୀବତ୍ସ ସାହୁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଓଡିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ବଲାଙ୍ଗିର ବ୍ଲକ ଭୁତିଆରବାହାଲ ହାଇସ୍କୁଲ ଖେଳପଡ଼ିଆରେ ପ୍ରଥମ ଶ୍ରୀବତ୍ସ ସାହୁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି। ଭୁତିଆରବାହାଲ ସରପଞ୍ଚ ନୀଳମଣୀ ସେଠ ଏହାର ଉଦ୍ଘାଟନ କରିଥିଲେ । ପ୍ରଥମ ଦିନ ଖେଳରେ ଟିକ୍ରାପଡା ଦଳ ମହୀପୁର ଦଳକୁ ଟ୍ରାଇବ୍ରେକର ମାଧ୍ଯମରେକ ୫-୪ ଗୋଲରେ ପରାସ୍ତ କରିଛି। ଉଦଘାଟନୀ ମ୍ୟାଚରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ, ପୂର୍ବତନ ବଲାଙ୍ଗିର ବ୍ଲକ ଅଧ୍ଯକ୍ଷ ଗୁଲାପ ବାଗ, କୈଲାଶ ଚନ୍ଦ୍ର ମହାନ୍ତି, ପ୍ରଦ୍ୟୁମ୍ନ ହୋତା, ଚିନ୍ତାମଣି ଚୈଧୁରୀ, ପିଙ୍କୁ ପଧାନ, ଅଜିତ ସାହୁ, ଟିଟୁ ସାହୁ, ପଞ୍ଚାନନ ଭୋଇ,କୈଲାଶ ଚନ୍ଦ୍ର ଭୋଇ, ରାଜେନ୍ଦ୍ର ଅଗ୍ରଓ୍ୱାଲ, ପରୁଶୋତ୍ତମ ବାଗ, ଦୀପକ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଟୁନା ବାଗ, ଟୁନା ଭୋଇ, ମିତ୍ରଭାନୁ ଭୋଇ, କାଲିଆ ଭୋଇ, ଶ୍ୟାମ ଭୋଇ ପ୍ରମୁଖ ସହଯୋଗ କରିଥିଲେ।ଆସନ୍ତା କାଲି ନକଟାସର ଦଳ କରେଲଧୁଆ ମଧ୍ଯରେ ଅନୁଷ୍ଠିତ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.