ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନର୍ଲା ଠାରେ ଚାଲିଥିବା ଆଠ ଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି। କଳା ବିଭାଗର ୧୧୫ ଜଣ ଓ ବୈଷୟିକ ବିଭାଗର ୧୫ ଜଣ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ବିଭିନ୍ନ ଦିବସରେ ପ୍ରଶିକ୍ଷିକା କୁମୁଦିନୀ ମାଝୀ ଓ ଗୀତାଞ୍ଜଳି ବୈଠାରୁ ତାଲିମ ପ୍ରଦାନ କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଦୈନନ୍ଦିନ ଜୀବନରେ ଆତ୍ମ ସୁରକ୍ଷାର ଆବଶ୍ୟକତା ଉପରେ ଧ୍ୟାନ ଦେବା କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ମତାମତ ପ୍ରକାଶ କରିଥିଲେ ଅଧ୍ୟକ୍ଷ ଭବାନୀ ଶଙ୍କର ଦାସ। ଇତ୍ୟବସରରେ ଶିବିରରେ ତାଲିମ ନେଇଥିବା ସମସ୍ତ ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଉଦଯାପନୀ ସଭାରେ ଅଧ୍ୟାପକ ଚିରଂଜିତ ମାଜି, ଅଧ୍ୟାପକ ସନ୍ତୋଷ ବୁଦ୍ଧିଆ, ଅଧ୍ୟାପକ ମୃତ୍ୟୁଞ୍ଜୟ ଦାସ,ପ୍ରମୁଖ ଉପସ୍ଥିତ ଥିବାବେଳେ ସଂଯୋଜକ ସୁମନ୍ତ ପୂଜାରୀ, ଦୀପା ପାଢ଼ୀ ଓ ଦୁର୍ଯ୍ୟୋଧନ ବାହୁକ ଶିବିର ପରିଚାଳନା କରିଥିଲେ।