ଚର୍ଚ୍ଚାରେ ସରକାରୀ ବାବୁଙ୍କ ନାଲିବତୀ ଗାଡ଼ି ପ୍ରୀତି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସହରରେ ସରକାରୀ ବାବୁଙ୍କ ନାଲିବତୀ ଗାଡ଼ି ପ୍ରେମ ଦାଣ୍ଡରେ ପଡି ହାଟରେ ଗଡୁଛି। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ପିଡି ଡିଆରଡିଏ ଅଶ୍ଵିନୀ କୁମାର ମେହେର ଘରୋଇ ନମ୍ବର ଥିବା ଏକ ଚାରିଚକିଆ ଗାଡ଼ି ମାହିନ୍ଦ୍ରା ଏକ୍ସୟୁଭି ୭୦୦ ଯାହାର ନମ୍ବର ଓଡି୦୩ଏଡି ୪୮୧୬ ବ୍ୟବହାର କରୁଛନ୍ତି ଏବଂ ସେଥିରେ ଲାଗିଛି ନାଲିବତୀ। ନିୟମା ଅନୁଯାୟୀ ସରକାରୀ ଅଧିକାରୀ ମାନଙ୍କୁ ବିଭିନ୍ନ କାର୍ଯ୍ୟ ତଦାରଖ ପାଇଁ ବ୍ୟବସାୟିକ ନମ୍ବର ଥିବା ଗାଡ଼ି ଉପଲବ୍ଧ କରାଯାଇଥାଏ କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲାରେ ଏହାର ଗୁରୁତର ବ୍ୟତିକ୍ରମ ଦେଖାଯାଇଛି। ଏହି ଘଟଣା ସହର ସାରା ଚର୍ଚ୍ଚାର ବିଷୟ ପାଲଟିଛି। ସୁବର୍ଣ୍ଣଉତ୍ସବ ବେଳେ ଲୋକେ ଗାଡ଼ିକୁ ଦେଖି ବିରୋଧ କରୁଥିଲେ ହେଁ ବାବୁଙ୍କ ବାବୁଗିରୀ ଭୟରେ କିଛି କହିପାରୁ ନ ଥିବା ଆମ ପ୍ରତିନିଧିଙ୍କ ଆଗରେ କିଛି ଭଦ୍ରବ୍ୟକ୍ତି ପରିପ୍ରକାଶ କରିଛନ୍ତି। ଏନେଇ ଜିଲ୍ଲା ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନାଙ୍କୁ ଯୋଗାଯୋଗ କରାଯିବାରୁ ଏ ଘଟଣା ଆଜି ମୋର ନଜରକୁ ଆସିବାରୁ ମୁଁ ତାଙ୍କ ସହ ଯୋଗାଯୋଗ କରିବାରୁ ସେ ଦଶହଜାର ଟଙ୍କାର ଫାଇନ୍ କାଟି ଦିଅନ୍ତୁ ଓ ପ୍ରକୃତ ଗାଡ଼ିର ମାଲିକ ଆଜି ବଲାଙ୍ଗୀର ଆରଟିଓ ଙ୍କୁ ଟେକ୍ସି ନମ୍ବର ପାଇଁ ଆବେଦନ କରିସାରିଲେଣି ଏଣୁ ଆଗାମୀ ଦିନେ ଦୁଇଦିନ ରେ ଟେକ୍ସି ନମ୍ବର ହୋଇଯିବ ତେବେ କଥା ହେଉଛି ଯେବେ ସରକାରୀ କାର୍ଯ୍ୟ ରେ ଗାଡ଼ି ବ୍ୟବହାର ପାଇଁ ଟେଣ୍ଡର ଆହ୍ବାନ ର ନିୟମ ଥିଲେ ହେଁ ଏଦିଗକୁ ମୋଟେ ଧ୍ୟାନ ନଦେଇ ସିଡିଓ ନିଜ ଆତ୍ମୀୟଙ୍କ ନାମରେ ଥିବା ଏକ ପରସନାଲ ନମ୍ବର ଥିବା ଗାଡ଼ିକୁ ବ୍ୟବହାର ପାଇଁ କିପରି ଚାହିଁଲେ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏଣୁ ଏ ଦିଗରେ ଜିଲ୍ଲାପାଳ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.