ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନର ୧୮ତମ ବାର୍ଷିକ ଉତ୍ସବ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଦର ମହକୁମା ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନର ୧୮ତମ ବାର୍ଷିକ ଉତ୍ସବ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଡ଼କ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ସଞ୍ଜୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ନାଗରିକ ମାନେ ସଦା ସର୍ବଦା ସକାରାତ୍ମକ ମନୋଭାବ ସହିତ କର୍ମ ତତ୍ପର ରହିବାକୁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ସାହିତ୍ୟିକ ଡ଼କ୍ଟର ଇଂ.ସଂଜୟ କୁମାର ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଉତ୍ତମ ଶିକ୍ଷା ଦ୍ୱାରା ଉତ୍ତମ ମଣିଷ ଗଢ଼ାଯାଇ ପାରିବ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅକ୍ଷୟ କୁମାର ହୋତା, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରମୁଖ ମଞ୍ଚାସୀନ ଥିବାବେଳେ, ଡ଼କ୍ଟର ବଳରାମ ମିଶ୍ର, ପ୍ରଦୀପ କୁମାର ପୁରୋହିତ, ଜ୍ଞାନେନ୍ଦ୍ର ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସୌମିତ୍ରୀ ମେହେର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅନୁଷ୍ଠାନର ସଂପାଦକ ସନ୍ତୋଷ ଷଡ଼ଙ୍ଗୀ ବାର୍ଷିକ ବିବରଣୀ ପଠନ କରିଥିଲେ। ସୁରୁ ସାହୁ ଓ ଚମରା ମହାକୁର ଉପଢୌକନ ସହ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବାର୍ଷିକ ଉତ୍ସବ ପାଳନ ଅବସରରେ ଚମ୍ପାମାଳ ରାମଲୀଳା ନାଟକର ରାବଣ ଭୂମିକାରେ ଦୀର୍ଘ ୫୫ ବର୍ଷ ଧରି ଅଭିନୟ କରିଥିବା ବରିଷ୍ଠ କଳାକାର ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଖତୁ ପ୍ରସାଦ ହୋତାଙ୍କୁ ନାଟ୍ୟ ବିଭୂଷଣ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଠିକ ସେହିପରି ଶତାୟୁ ପୁ୍ରୁଷ ବାଗବର ଗ୍ରାମର ବିଶିଷ୍ଟ କଳାକାର ବ୍ରଜକୃଷ୍ଣ ପଣ୍ଡାଙ୍କୁ ଉପଢୈ।କନ ଓ ମାନପତ୍ର ସହ ସମ୍ମାନିତ କରାଯାଇଥିଲା। ଯୁଗଳ କିଶୋର ମିଶ୍ର ଓ ପର୍ଶୁରାମ ମେହେର ମାନପତ୍ର ପଠନ କରିଥିଲେ। ଡ଼କ୍ଟର ଦ୍ଵିତୀକୃଷ୍ଣ ପଣ୍ଡା ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ କୋଷାଧକ୍ଷ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.