ନର୍ଲା ଡିଗ୍ରୀ କଲେଜର ୩୪ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡିଗ୍ରୀ କଲେଜର ୩୪ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୁଧବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଅନୁଷ୍ଠାନର ଓଡିଆ ଅଧ୍ୟାପକ ସୁଶାନ୍ତ ସାହୁ କ୍ରୀଡା ପତାକା ଉତ୍‌ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହାପରେ ଏହ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟାପକ ସୁଶାନ୍ତ ସାହୁ, ମନୋଜ ନନ୍ଦ, ଅଧ୍ୟାପିକା ସଂଘମିତ୍ରା ପଣ୍ଡା, ଶାରିରୀକ ଶିକ୍ଷକ କ୍ଷୀତିଶ ଚନ୍ଦ୍ର ବଗର୍ତ୍ତି ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଏହାକୁ କଲେଜର ଅଧ୍ୟାପିକା ସଂଘମିତ୍ରା ପଣ୍ଡା ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

ଏକ ଦିବସୀୟ ଏହି କାର୍ଷିକ କ୍ରୀଡାରେ ଉଭୟ ଛାତ୍ରଛାତ୍ରୀଙ୍କ ପାଇଁ ୧୦୦,୨୦୦, ୪୦୦ ମିଟର ଦୌଡ ପ୍ରତିଯୋଗୀତା, ସଟଫୁଟ ଥ୍ରୋ, ଜାଭଲିନ ଥ୍ରୋ, ଲମ୍ବାଡିଆଁ, ଉଚ୍ଚଡିଆଁ ପ୍ରଭୃତି ଇଭେଣ୍ଟ ରହିଥିବା ବେଳେ କେବଳ ଛାତ୍ର ମାନଙ୍କ ପାଇଁ ୮୦୦ ମିଟର ଦୌଡ ଓ କେବଳ ଛାତ୍ରୀ ମାନଙ୍କ ପାଇଁ ମ୍ୟୁଜିକ ଚେଆର ପ୍ରତିଯୋଗୀତା ରହିଛି । ଡ଼ିଗ୍ରୀ କଲେଜର ଶାରିରୀକ ଶିକ୍ଷକ କ୍ଷୀତିଶ ଚନ୍ଦ୍ର ବଗର୍ତ୍ତି ଓ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ଶାରିରୀକ ଶିକ୍ଷକ ନାରାୟଣ ପ୍ରଧାନ ସମସ୍ତ ପ୍ରତିଯୋଗୀତା ପରିଚାଳନା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବିଦ୍ୟାଳୟର ଅଧ୍ୟାପିକା ସଂଘମିତ୍ରା ପଣ୍ଡା, ବାସନ୍ତୀ ସାହୁ, କୌଶଲ୍ୟା ଗଡବା, ପାର୍ବତୀ ଦାସ ଓ ଅଧ୍ୟାପକ ରମେଶ ଚନ୍ଦ୍ର ଘଡେଇ, ମନୋଜ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କର୍ମଚାରୀ ଚୁଡଙ୍ଗ ଭୋଇ, ଲକ୍ଷପତି ପଧାନ, ସନ୍ତୋଷ ନାଗ, ଗୋପାଳ ଆଡଜୁଆଡ, ରବିଚନ୍ଦ୍ର ଭୋଇ, ଗୌର ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସ ଦିନ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.