ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଣୀ ଲଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ରାଣୀ ଲକ୍ଷ୍ମୀବାଇ ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଛି। ଭୈରବ ମହା ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ। ଉକ୍ତ ଶିବିରରେ ମଞ୍ଚ ପରିଚାଳନା କରିଥିଲେ ସଂଯୋଜିକା ଅଧ୍ୟାପିକା ପ୍ରତିକ୍ଷା ପ୍ରିୟ ଦର୍ଶନୀ ସ୍ଵାଇଁ। ଆଜି ଏହି ଅବସରେ ଉପସ୍ଥିତି ଥିଲେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା। ଆଠଦିନ ଧରି ଚଳିଥିବା ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ମାଳିଗୁଡ଼ା ବିଦ୍ୟାଳୟର ଶିକ୍ଷୟତ୍ରୀ ସୁକାନ୍ତି ସାହୁ ଓ ମେଦନା ବିଦ୍ୟାଳୟର ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ମଣ୍ଡଳ ପ୍ରଶିକ୍ଷଣ ଦେଇଥିଲେ। ଏଭଳି ତାଲିମ ପ୍ରତ୍ୟେକ ଛାତ୍ରୀ ମାନଙ୍କ ପାଇଁ ନିହାତି ଜରୁରୀ। ଉକ୍ତ ତାଲିମ ଛାତ୍ରୀ ମାନଙ୍କ ପାଇଁ ଏକ ସୁରକ୍ଷା କବଚ ହେବ। ଆଜି ଉଦଯାପିତ ଉତ୍ସବରେ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.