ସାଂସଦ ସୁଜିତ କୁମାରଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ନଗର ବିଜେପି ଟରଫରୁ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ସ୍ଥାନୀୟ ହୋଟେଲ ଓରିଅନ ପରିସର ମଧ୍ଯରେ ଭବ୍ୟ ସ୍ବାଗତ ସମ୍ବଦ୍ଧନା ପ୍ରଦାନ କରାଯାଇଛି। ଏବି ଅବସରରେ ନଗର ସଭାପତି ଶିବରାମ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅଜୟ ପାଣିଗ୍ରାହୀ, ପୁର୍ବତନ ନଗରପାଳ ମୁକେଶ ଅଗ୍ରୱାଲ, ପ୍ରମୁଖ ସାଂସଦ ସୁଜିତ କୁମାରଙ୍କୁ ନଗରବାସୀଙ୍କ ତରଫରୁ ସ୍ବାଗତ ସମ୍ବଦ୍ଧନା ଦେବା ସହ ଜୁନାଗଡ଼ ସହରର ବିକାଶ ପାଇଁ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜୁନାଗଡ଼ ସହରରେ ବାଇପାସ ରାସ୍ତା, ରେଳ ଭିତ୍ତିଭୂମିର ବିକାଶ ସହ ଏଠାରେ ଏକ ଶିଳ୍ପ ପ୍ରତିଷ୍ଠା କରାଯିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସାଂସଦ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ। ସହରର ମହିଳା ସଂଗଠନ, ପାଇକ ସମାଜ, ମାରୱାଡ଼ି ସମାଜ, ମାରଓ୍ବାଡି ଯୁବମାଞ୍ଚ, ବହୁଜନ ସଂଗ୍ରାମ ସମିତି, ସିଟିଜେନ କମିଟି, ବରିଷ୍ଠ ନାଗରିକ କମିଟି, ଏକ୍ସ ଆର୍ମି, ସାମ୍ବାଦିକ ସଂଘ,  ପ୍ରଭୁତି ବିଭିନ୍ନ ସଂଗଠନ ତରଫରୁ ସଂସଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ପୁର୍ବତନ ବ୍ଲକ ଅଧକ୍ଷ୍ୟ ମନୋଜ ମେହେର, ସୁଧାଂଶୁ ବରାଡ, କାଳିନ୍ଦ୍ରୀ ପାଣିଗ୍ରାହୀ, ସତ୍ୟନାରାୟଣ ପଣ୍ଡା, ରଂଜନ କୁମାର ଜାଲ, କାଞ୍ଚନ ବାଗ, ଅଂଶୁମାନ ଯୋଶୀଙ୍କ ସମେତ ଅନେକ ବିଜେପି କର୍ମୀ ଓ ସହରବାସୀ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.