ଜାତୀୟ ସେବା ଯୋଜନାର ରାଜ୍ୟ ସ୍ତରୀୟ ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ଭାବେ ସମ୍ମାନିତ ହେଲେ ପ୍ରତାପ ଚନ୍ଦ୍ର ଦାଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଜାତୀୟ ସେବା ଯୋଜନାର ରାଜ୍ୟ ସ୍ତରୀୟ ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ଓ ୟୁନିଟ୍ ଭାବରେ ପୁରସ୍କୃତ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ଇଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିଅରର୍ସ ସଭାଗୃହରେ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କୁ ଏହି ରାଜ୍ୟ ପୁରସ୍କାରରେ ପୁରସ୍କୃତ କରିଥିବା ବେଳେ ମଞ୍ଚରେ ସମ୍ମାନୀତ ଅତିଥି ଭାବେ ପ୍ରଫେସର ଗୀତାଞ୍ଜଳୀ ଦାସ କୂଳପତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସୁଶ୍ରୀ ସରୀତା ପଟେଲ ଆଞ୍ଚଳିକ ନିର୍ଦ୍ଦେଶିକା ଜାତୀୟ ସେବା ଯୋଜନା ଆଞ୍ଚଳିକ ନିର୍ଦ୍ଦେଶାଳୟ ଭୂବନେଶ୍ୱର ଓ ଡ. ରମେଶ ଚନ୍ଦ୍ର ବେହେରା ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ସେ ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ଛବିଲାଲ ସାହୁ ଓ ସହକର୍ମୀ ମାଁ ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ଦିବଂଗତ ପ୍ରଫେସର ସଂଜୟ ଶତପଥି, ବର୍ତ୍ତମାନର କୁଳପତି ଡ. ନିବେଦିତା ନାଥ, କୁଳସଚିବ ପୀତାମ୍ବର ଭୋଇ, କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ, ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ବିଶିଷ୍ଟ ସଂସ୍କୃତି ସଂଗଠକ ଜୟନ୍ତ କୁମାର ବେହେରା ଓ ସମସ୍ତ ମିଡିଆ ବନ୍ଧୁଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ରାଜ୍ୟ ପୁରସ୍କାର ଆହୁରୀ ପ୍ରେରଣା ଦେବବୋଲି ପ୍ରତାପ ଚନ୍ଦ୍ର ଦାଶ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.