ସଇଁତଳା ବ୍ଲକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ‘ଗେଟ୍-ଟୁଗେଦର’ ଆୟୋଜିତ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଗେଟ ଟୁଗେଦର ପ୍ରଧାନ ଶିକ୍ଷକ ଚାଣ୍ଡାଲ ମିଶ୍ର ଏବଂ ବରୁଣ ସାହୁଙ୍କ ସଭାପତିତ୍ବରେ  ଲାନ୍ତ ନଦୀ ନିକଟସ୍ଥ ଭୂତେଶ୍ୱର୍ ବାବା ପୀଠରେ ଆୟୋଜିତ ହୋଇଯାଇଛି । ପ୍ରଥମେ ସମସ୍ତେ ପରିଚୟ ପ୍ରଦାନ କରିଥିଲେ । ତାପରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ମୁଜିକଚେୟାର ଆୟୋଜିତ ହୋଇଥିଲା । ଏହି ଅବସରରେ ଅବସର ଗ୍ରହଣ କରିଥିବା ସମସ୍ତ ଉଚ୍ଚ ବିଦ୍ୟାଳୟର କର୍ମଚାରୀ ଯଥା ସୁରେଶ ଚନ୍ଦ୍ର କ୍ଷେତି, ହଂସରାଜ ଥପା, ସତ୍ୟବାନ୍ ସାହୁ, ମୋହନ ଭୋଇ, ଅଜମ୍ବିଲ ବେହେରା, ବଳରାମ ସାହୁ, ନିମାଇଁ ମନହୀରା, ଶିବ ବୁଡେକ୍, ଗୁଣନିଧି ପଧାନ, ଭରତ ପୋଢ଼ଙ୍କୁ ମାନପତ୍ର, ଉପଢୌକନ ଏବଂ ଫୁଲତୋଡ଼ା ଦେଇ ସମର୍ଦ୍ଧନା ଦିଆ ଯାଇଥିଲା । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନାଚ,ଗୀତ, ମିମିକ୍ରି ମାଧ୍ୟମ ରେ ମନୋରଞ୍ଜନ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଦ୍ଵିତିରଞ୍ଜନ ମହାଲିଙ୍ଗ ଧନ୍ୟବାଦ ଦେଇଥିଲେ । ପ୍ରଧାନ ଶିକ୍ଷକ ସରୋଜ ମିଶ୍ର, ମନୋଜ ବେହେରା, ଘନଶ୍ୟାମ ଦଣ୍ଡସେନା, ବିନାୟକ କୁମ୍ଭାର, ନୀଳମଣି ମେହେର, ଅଶୋକ ପ୍ରଧାନ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.