ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଓ ଯୁବ ସାମ୍ୱାଦିକ ତଥା ଯୁବ ସମାଜସେଵୀ ସୁବାଷ ଚରଣ ପଣ୍ଡା ଙ୍କ ୪୫ ତମ ଜନ୍ମ ଦିନ ଅବସରରେ ଆଜି ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଶ୍ରୀ ହନୁମାନ ମନ୍ଦିର କଲ୍ୟାଣ ମଣ୍ଡପ ମଝିପଡ଼ା ଠାରେ ଅନୁଷ୍ଠିତ ଏହି ଶିବିର କୁ ସୁବର୍ଣ୍ଣପୁର ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞଳୀନା ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଡିଏମଓ ଡ଼ା.ଦୁର୍ଗାଦତ୍ତ ଦାଶ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ବୟୋଜ୍ୟେଷ୍ଠ ମହିଳା ତଥା ସୁଭାଷ ଚରଣ ପଣ୍ଡା ଙ୍କ ମାତା ମୋହିନୀ ପଣ୍ଡା, ପ୍ରାକ୍ତନ ଉପ ନଗରପାଳ କଇରୁ ସ୍ବାଇଁ, ସମାଜସେଵୀ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇଥିଲେ ଏବଂ ଏଭଳି ଏକ ମହାନ୍ ଦିବସରେ ମହତ୍ ଚିନ୍ତନ ଓ ଶ୍ରୀ ପଣ୍ଡା ଙ୍କ ୪୫ ତମ ଜନ୍ମ ଦିନ ଉପଲକ୍ଷେ ରକ୍ତ ଦାନ ଶିବିର ଅୟୋଜନ ସହ ୪୫ ୟୁନିଟ ରକ୍ତ ସଂଗ୍ରହ କରିବା ଦୃଢ଼ ସଂକଳ୍ପକୁ ଖୁବ୍ ପ୍ରଶଂସା କରିଥିଲେ। ଯାହାକି ଧାର୍ଯ୍ୟ ସମୟ ଦିବା ୨ ଘଣ୍ଟା ଭିତରେ ଠିକ୍ ୪୫ ୟୁନିଟ ରକ୍ତ ସଂଗ୍ରହ ର ଟାର୍ଗେଟ ପୂରଣ ହୋଇଥିଲା। ଡ଼ା.ଚିତ୍ତ ରଞ୍ଜନ ତ୍ରୀପାଠୀଙ୍କ ତତ୍ୱାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ କେନ୍ଦ୍ରର ଜଗତ ନାରାୟଣ ଦରୱାନ, ସୁଦାମ ବିଶ୍ଵାଳ, ଯୁଧିଷ୍ଟିର ନାଏକ, ସୁଶାନ୍ତ ନାଏକ ରକ୍ତ ସଂଗ୍ରହ କାର୍ଯ୍ଯ ପରିଚାଳନା କରିଥିଲେ। ସଭାକୁ ବରିଷ୍ଠ ସାମ୍ୱାଦିକ ମନୋରଞ୍ଜନ ତ୍ରୀପାଠୀ ସଂଯୋଜନା କରିଥିବା ବେଳେ ରକ୍ତଦାତା ସଂଘ ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ସାହୁ, ରବୀନ୍ଦ୍ର ଜେନା, ସାମ୍ୱାଦିକ ସୁବାଷ ପଣ୍ଡା, ରାଜ କିଶୋର ତ୍ରୀପାଠୀ, ବିଶ୍ବରାଣୀ ପଣ୍ଡା, ସଞ୍ଜୟ ବଡ଼ପଣ୍ଡା , ରିତିକା ଓ ରୁଦ୍ର ନାରାୟଣ ପଣ୍ଡା ଅତିଥିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ। ଜିଲ୍ଲା ରକ୍ତଦାତା ସଂଘ ସଭାପତି ମନୋଜ ପଣ୍ଡା ନୂତନ ଯୁବ ପୀଢ଼ିଙ୍କୁ ରକ୍ତଦାନ ପାଇଁ ପ୍ରେରଣା ପ୍ରଦାନ କରି ସଭା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ। ରକ୍ତଦାନ, ସ୍ଵଚ୍ଛତା, ପରିବେଶ ଓ ଯୋଗ କ୍ଷେତ୍ରରେ ଜିଲ୍ଲାର ଗୌରବ ବଢାଇଥିବା ମନୋଜ୍ ପଣ୍ଡାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ବର୍ଧିତ କରାଯାଇଥିଲା। ପ୍ରଥମେ ୧ ନମ୍ବର ରେ ଏଡିଏମଓ ମେଡିକାଲ୍ ଡ଼ା. ଦୁର୍ଗାଦତ୍ତ ଦାଶ ଆଜି ଶିବିରରେ ନିଜେ ରକ୍ତଦାନ କରିଥିବା ବେଳେ ଶେଷରେ ୪୪ ନମ୍ୱରରେ ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା ସଂପାଦକ ମହାଦେବ ମଲ୍ଲିକ ଓ ୪୫ ନମ୍ବରରେ ସଂଘ ସଭାପତି ମନୋରଞ୍ଜନ ତ୍ରୀପାଠୀ ରକ୍ତଦାନ କରି ୪୫ ୟୁନିଟ୍ ରକ୍ତ ସଂଗ୍ରହ ଟାର୍ଗେଟ କୁ ସଫଳ କରାଇଥିଲେ। ଆୟୋଜକ ସୁବାଷ ଚରଣ ପଣ୍ଡା ଓ ଧର୍ମପତ୍ନୀ ବିଶ୍ବରାଣୀ ପଣ୍ଡା ରକ୍ତଦାନ କରିଥିବା ବେଳେ ଯୋଗ ସମିତିର ଯୋଗଗୁରୁ ମନୋଜ ପଣ୍ଡା, ରବୀନ୍ଦ୍ର ଜେନା ମଧ୍ୟ ରକ୍ତଦାନ କରିଥିଲେ। କେମିଷ୍ଟ ଡ୍ରଗିଷ୍ଟ ଆସୋସିଏସନ୍ ର ସଞ୍ଜୀବ ପାଣିଗ୍ରାହୀ, ପ୍ରଭାତ ଶତପଥି ରକ୍ତଦାନ କରିଥିବା ବେଳେ ଶୋଭା କେୟାର ହସ୍ପିଟାଲର ଅନୂପମା ବାଗ, ସୁବ୍ରତ ମହାନ୍ତି, ମୁକେଶ ପଣ୍ଡା ଓ ଆଇଟିଆଇ କଲେଜର ୨ ଜଣ ଛାତ୍ର, ପ୍ରଜ୍ଞା ଭାରତୀ ହାଇସ୍କୁଲର ନିର୍ଦେଶିକା ସ୍ମିତାରାଣୀ ମିଶ୍ର, ରାମଧୁନ କ୍ଳବର ୨ ଜଣ ସଦସ୍ୟଙ୍କ ସମେତ ଆଜିର ଏଇ ମହାନ୍ ଦିବସର ମେଗା ଶିବିରରେ ୧୩ ଜଣ ମହିଳା ରକ୍ତ ଦାତା ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ସମାଜସେବୀ ରକ୍ତଦାନ କରି ସୁବାଷ ଚରଣ ପଣ୍ଡାଙ୍କ ୪୫ ତମ ଜନ୍ମ ଦିନରେ ୪୫ ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ ହାସଲ କରିବାରେ ସହଯୋଗ କରିଥିଲେ। ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ରକ୍ତ ଦାତାଙ୍କୁ ଉତ୍ସାହିତ କରି ସାର୍ଟିଫିକେଟ ପ୍ରଦାନ କରିଥିଲେ।