ଟିକ୍ରାପଡ଼ା କେନ୍ଦୁପତ୍ର ରେଞ୍ଜସ୍ତରୀୟ କମିଟି ଗଠିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ଟିଟିଲାଗଡ କେନ୍ଦୁପତ୍ର ଡିଭିଜନ ଟିକ୍ରାପଡ଼ା ରେଞ୍ଜ ଅଧିନସ୍ଥ ଚଲକି ଗିରିଗୋବର୍ଦ୍ଧନ ପୀଠରେ ଟିକ୍ରାପଡା କେନ୍ଦୁପତ୍ର ରେଞ୍ଜରେ କାର୍ଯ୍ୟରତ ହେଡ ଚେକର, ସର୍କଲ ଚେକର, ବାଇଣ୍ଡିଙ୍ଗ ଚେକର, ଚେକର, ମୁନସୀ ଓ ଫଡି ସାଥିଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି | ଟିଟିଲାଗଡ଼ ଡିଭିଜନ ଉପଦେଷ୍ଟା ସୁରେଶ ମହାନନ୍ଦ, ଟିଟିଲାଗଡ ଡିଭିଜନ ସଭାପତି ଛବିଳ ସିଂ ଚିନ୍ଦା, ସଇଁନ୍ତଲା ରେଞ୍ଜ ସଭାପତି ପ୍ରଶାନ୍ତ କୁମାର ମେହେର, ଟିକ୍ରାପଡ଼ା ହେଡ ଚେକର ରାମ ରାଜପଲିଆ, ସନ୍ତୋଷ ଦାସ ମଞ୍ଚାସିନ ରହିଥିଲେ |ସର୍ବସମ୍ମତି କ୍ରମେ ଧବଳେଶ୍ଵର ବାରିକଙ୍କୁ ଟିକ୍ରାପଡା ରେଞ୍ଜ ସଭାପତି ଭାବେ ମନୋନୀତ କରାଗଲା | ସମସ୍ତ ସିଜିନାଲ କର୍ମଚାରୀଙ୍କୁ ୧୨ ମାସିଆ କରିବା ସହ ଉପଯୁକ୍ତ ପ୍ରାପ୍ଯ ପ୍ରଦାନ ପାଇଁ ଟିଟିଲାଗଡ ଡିଭିଜନ ଉପଦେଷ୍ଟା ସୁରେଶ ମହାନନ୍ଦ ଦାବି ରଖିଥିଲେ | ସରକାର ଏନେଇ ଆବଶ୍ୟକ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମତପ୍ରକାଶ ପାଇଥିଲା | ପରମେଶ୍ଵର ବକୁଳ, ସନ୍ୟାସୀ ବାଗ, ବିଦ୍ୟାଧର ପୁଟେଲ, ଡମ୍ବରୁଧର ରାଜପଲିଆ, ସୁଶୀଳ ଖର୍ସେଲ, ହେମନ୍ତ ସାହୁ, ମକରଧ୍ବଜ ଧରୁଆ, ଲମ୍ବୋଦର ରାଜପଲିଆ, ସମୀର ପଟ୍ଟନାୟକ, ଟେଙ୍ଗୁନୁ ଧରୁଆ, ସନ୍ତୋଷ ଦାସ, ଜଳନ୍ଧର ଦାଶ, ବସନ୍ତ ସାହୁ, ସୁରେନ୍ଦ୍ର ଗହୀର, ଘାସିରାମ ମାଝି, ଧୃବ ମାଝିଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.