ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଆନୁକୁଲ୍ୟରେ ପାଳିତ ହେଲା ୭୬ ତମ ସାଧାରଣତନ୍ତ୍ର ଦିବସ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଆଜି ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ସାରା ଦେଶରେ ପାଳିତ ହୋଉଛି। ପଲ୍ଲୀ ରୁ ଦିଲ୍ଲୀ ଯାଏଁ ସବୁଆଡେ ଦେଶପ୍ରେମ ରସ୍ୱରରେ ଗୁଞ୍ଜୁରୀତ ସାରାଦେଶ ବାସୀ। ଚାରିଆଡେ ତୀରଙ୍ଗା ଫର ଫର ହେଇ ଦେଶର ଗାଥା ଗୁଣଗାନ କରୁଛି। ସେହି ଭଳି ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଠାରେ ଛାତ୍ରଛାତ୍ରୀ ମାନଙ୍କର କାର୍ଯ୍ୟକଳାପ ସକାଳରୁ ଆରମ୍ଭ ହୋଇଥିଲା । ଏଠାରେ ସି.ଆର.ପି.ଏଫ ୬୪ ବାଟାଲିୟନ କମାଦେଣ୍ଟ ପଙ୍କଜ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ଥିବା ବେଳେ ବିକାଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍,ଭବାନୀପାଟଣା ନିର୍ଦ୍ଦେଶକ ଡ଼ି. ରାମ କୁମାର ଓ ନିର୍ଦ୍ଦେଶକ ଡ଼ି.ଶ୍ୟାମ, ସରସ୍ଵତୀ ଇନଷ୍ଟିଚ୍ୟୁଟ ଅଫ ଆଇ.ଟି.ଏଣ୍ଡ୍ ମ୍ୟାନେଜ୍‌ମେଣ୍ଟ୍ ଅଧ୍ୟକ୍ଷ ଡ଼.ସୁଦିପ୍ତ ଜାନା, ସରସ୍ଵତୀ +୩ ବିଜ୍ଞାନ ବିଭାଗ ଅଧ୍ୟକ୍ଷ୍ୟ ଡ଼. ଆଦିତ୍ୟ ପଟ୍ଟନାୟକ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାଏକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଅନୁଷ୍ଠାନର ୧୧ ଗୋଟି ବିଭାଗ ର ଛାତ୍ର ଛାତ୍ରୀ ଯୋଗ ଦେଇ ପ୍ୟାରେଡ୍ ସହ ଅଭିବାଦନ ଜଣେଇ ଥିବା ଦେଖିବାକୁ ମିଳିଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିବା ବେଳେ ସାଧାରଣ ତନ୍ତ୍ର ଦିବସ ଅବସରରେ ଅନୁଷ୍ଠାନରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିଲା । ପଡ଼ିଆ ରେ ପ୍ୟାରେଡ୍ ଦେଖିବାକୁ ଅନୁଷ୍ଠାନର ଶହ ଶହ ଛାତ୍ରଛାତ୍ରୀଙ୍କ ସମାଗମ ହୋଇ ଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ସ୍କୁଲ୍ କଲେଜ୍ ର ଶିକ୍ଷକ,ଅଧ୍ୟାପକ,ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନର ୧୧ ଗୋଟି ବିଭାଗ ରୁ ଡିଗ୍ରୀ ବିଭାଗର ନର୍ସିଂ ଛାତ୍ରଛାତ୍ରୀ ପ୍ରଥମ ପୁରସ୍କାର ଅଂଶଗ୍ରହଣ କରିଥିଲେ । ଶେଷରେ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାହୋଇଥିଲା। ଏହାପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.