ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଏନିଗ୍ମା ଓ ଆଡିକ୍ସନ୍ ଫ୍ୟାଶନ୍ ମ୍ୟାନେଜ୍ମେଣ୍ଟ ପକ୍ଷରୁ ଭୁବନେଶ୍ଵରସ୍ଥ ଏକ ହୋଟେଲ ଠାରେ ‘ମିସ୍ ଓଡ଼ିଶା ଇଣ୍ଡିଆ’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତିଭା, ସୌନ୍ଦର୍ଯ୍ୟ ଓ ଆତ୍ମବିଶ୍ଵାସର ଅପୂର୍ବ ସମାଗମ ଦେଖିବାକୁ ମିଳିଥିଲା। ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ୬୦ରୁ ଊର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୪ ପ୍ରତିଯୋଗୀ ପରବର୍ତ୍ତୀ ପର୍ଯ୍ୟାୟକୁ ଅର୍ଥାତ୍ ଜାନୁଆରୀରେ ହେବାକୁ ଥିବା ମେଗା ଅଡିଶନ ପାଇଁ ମନୋନୀତ ହୋଇଛନ୍ତି। ମେଗା ଅଡିଶନ୍ରେ ବିଜୟୀ ପ୍ରତିଯୋଗୀ ଫେବୃୟାରୀରେ ହେବାକୁ ଥୁବା ଗ୍ରାଣ୍ଡ୍ ଫିନାଲେରେ ଅଂଶ ଗ୍ରହଣ କରିବେ। ଏଥିରେ ବିଜୟୀ ପରେ ସେ ‘ମିସ୍ ଓଡ଼ିଶା ଇଣ୍ଡିଆ’ ଟାଇଟଲ୍ ହାତେଇବା ସହିତ ଆସନ୍ତା ବର୍ଷ ହେବାକୁ ଥିବା ‘ମିସ୍ ଇଣ୍ଡିଆ’ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିବେ ବୋଲି ସୂଚନା ମିଳିଛି। କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜନ୍ ଅଜୟ, ଏନିଗମା ନିର୍ଦ୍ଦେଶକ ନିରଜପ୍ରିୟ, ଫ୍ୟାଶନ୍ ଷ୍ଟାଇଲିଷ୍ଟ ସିବିୟାନ୍ ସାରନ୍ ଏବଂ ଗୌରବ ଚାଓ୍ଵଲା ବିଚାରକ ଭାବେ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ।