ୟଙ୍ଗଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଚିଲଡଙ୍ଗରୀକୁ ହରାଇ ଆମପାଣି ଚାମ୍ପିଅନ୍

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ୟଙ୍ଗ୍ ଷ୍ଟାର କ୍ରିକେଟ କ୍ଳବ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ରବିବାର ଅନୁଷ୍ଠିତ ହୋଇଛି। ଏଥିରେ ଚିଲଡଙ୍ଗରୀକୁ ହରାଇ ଆମପାଣି ଦଳ ଟୁର୍ଣ୍ଣାମେଣ୍ଟର ବିଜେତା ହୋଇ ଚାମ୍ପିଅନ ହୋଇଛି। ପ୍ରଥମେ ଟସ୍ ଜିଣି ଆମପାଣି ଦଳ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୨ ଓଭରରେ ୮ ଉଇକେଟ ବିନିମୟରେ ୧୦୪ ରନ୍ ସଂଗ୍ରହ କରିଥିଲା। ଜବାବରେ ଚିଲଡଙ୍ଗରୀ ଦଳ ପଡିଆକୁ ଓହ୍ଲାଇ ୧୧.୪ ଓଭରରେ ସମସ୍ତ ଉଇକେଟ ହରାଇ ୯୦ ରନ୍ ସଂଗ୍ରହ କରିଥିଲା। ତେବେ ଆମପାଣି ଦଳ ୧୪ ରନ୍ ରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି। ଆମ୍ପିଆର ଭାବରେ ମୁରଲୀଧର ଦାସ ଓ ମଳୟ ରଞ୍ଜନ ଦାସ ଖେଳ ପରିଚାଳନା କରିଥିଲେ। ସ୍କୋର ବୋର୍ଡରେ ବିକି ଦାସ ଦ୍ବାୟୀତ ନିର୍ବାହ କରିଥିବାବେଳେ ମୁନ୍ନା ଧଙ୍ଗଡାମାଝୀ ଓ ରମେଶ ବାରିକ ଖେଲର ଧାରା ବିବରଣୀ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ଜମୁନା ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ବଡ଼ପୋଡ଼ାଗୁଡ଼ା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡ଼ାକ୍ତର ଗୈାରବ କୁମାର ସାହୁ, ନାଏବ ସରପଞ୍ଚ ବିଡୁ ନାଏକ, ଶିକ୍ଷକ ଜୟ ଶଙ୍କର ପାଠୀ, ନିଲାମ୍ବର ଦାସ, ଜିତେନ୍ଦ୍ର ପଣ୍ଡା, ଭଜମନ ନାଏକ, ସନ୍ତୋଷ ମାଝୀ, ବିକାଶ ରଞ୍ଜନ ପଣ୍ଡା, ୱାର୍ଡ ସଭ୍ୟ ନରହରି ସୁନା, କ୍ଷେତ୍ର ମୋହନ ପୁଝାରୀ, ଧର୍ମାନନ୍ଦ ନାଏକ, ବିନୋଦ ସିଂ, ମନୋଜ କୁମାର ଦାସ, ବଲସିଂ ଧଙ୍ଗଡାମାଝୀ, ଟଙ୍କଧର ପୁଝାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ବିଜେତା ଆମପାଣି ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କା ଓ ଉପ-ବିଜେତା ଚିଲଡଙ୍ଗରୀ ଦଳକୁ ଟ୍ରଫି ସହ ୭ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ଆମପାଣିର ରାଘବ ସୁନା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ଚିଲଡଙ୍ଗରୀ ଦଳର ଜତିନ୍ଦ୍ର ମ୍ୟାନ୍ ଅଫ୍ ଦି ସିରିଜ ବିବେଚିତ ହୋଇଥିଲେ। ଆୟୋଜକ ଅନୁଷ୍ଠାନର ସୁନିଲ କୁମାର ଦାସ, ଅମିୟ ଦାସ, ମାନସ ରଞ୍ଜନ ବେମାଲ, କାଲିଆ ବାରିକ, ନିଲାମ୍ବର ଧଙ୍ଗଡାମାଝୀ, ହରିହର ହଂସ, ବିଶ୍ବନାଥ ଧଙ୍ଗଡାମାଝୀ, ପୁରୁଷୋତ୍ତମ ଦାସ, ଗୁଡୁ ଧଙ୍ଗଡାମାଝୀ, ମୋହନ ଲାଲ୍ ଦୁର୍ଗା, ବୈବଚନ୍ଦ୍ର ଧଙ୍ଗଡାମାଝୀ, ଅଙ୍କିତ ବାରିକ, ବିମଲ ଦାସ, ଶ୍ରୀକର ଦାସ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.