ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସରିଆଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରିଆଁ ସରପଞ୍ଚ ଓମ୍ ପ୍ରକାଶ ଛତ୍ରିଆ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ସାହାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ  ଜାତୀୟ ଉତ୍ସବରେ  ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ରାଜେଶ୍ ବେନିଆ, ଅନ୍ୟ ସଭ୍ୟ/ ସଭ୍ୟା, ଓ୍ବାର୍ଡ ସଭ୍ୟ ଜଗନ୍ନାଥ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଶିକ୍ଷକ ବାସୁଦେବ ବାଗ କାର୍ଯକ୍ରମକୁ ପରିଚାଳନା କରିଥିବାବେଳେ ବିଦ୍ୟାଳୟର  ଶିକ୍ଷକ ଓ ଶିକ୍ଷୟିତ୍ରୀ ବଳଭଦ୍ର ହରିଜନ, କିଶୋର ଚନ୍ଦ୍ର ତ୍ରିପାଠୀ, ବାବୁ ପାଢ଼ୀ, ମଞ୍ଜୁଲତା ମୁର୍ମୁ, କୁବେର ସାହୁ, ଧର୍ମେନ୍ଦ୍ର ଛତ୍ରିଆ ଓ ଖେଳ ଶିକ୍ଷକ ସୁଧୀର କୁମାର ରାଉତ ଉପସ୍ଥିତ ରହିଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ସୁନ୍ଦର ବକ୍ତବ୍ୟ ପ୍ରଦାନ ହୋଇଥଲା। ଶେଷରେ ଶିକ୍ଷକ କୁବେର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.