୧୯ତମ ବୁଢାଡ଼ଙ୍ଗର କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଦେଓଗାଁ (ଚୈତନ୍ୟ କାଳସାଏ): ଦେଓଗାଁ ବ୍ଲକ ସାରସମାଲ ପଂଚାୟତ ଖେଳପଡିଆରେ ସାରସମାଲର ବିଡିସିସି କ୍ରିକେଟ କ୍ଲବ ଦ୍ୱାରା ଅଯୋଜିତ ୧୯ତମ ବୁଢାଡ଼ଙ୍ଗର କ୍ରିକେଟ ଟୁର୍ନାମେଣ୍ଟର ଆଯୋଜକ ପିଙ୍କୁ ପୋଢ଼, ଧନୁ ର୍ଯୟ ରଣା, ମନୋଜ ସାହୁଙ୍କ ଦ୍ୱାରା ଅଯୋଜିତ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ଚାରୋଟି ଟିମ ଖେଳିଥିବାବେଳେ ସିକୁଆଁ କରୁଆ ଝୋରକୁ ପରାସ୍ତ କରି ସେମି ଫାଇନାଲକୁ ପ୍ରବେଶ କରିଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାରସମାଲ ଗ୍ରାମପଞ୍ଚାୟତର ପୁରୁଖା ନେତା ତଥା ବର୍ତ୍ତମାନର ସାରସମାଲ ସେବାସମବାୟ ସମିତି ସଭାପତି ଗୋପୀନାଥ ବାଗ ଖେଳ ପ୍ରାରମ୍ଭିକ କାର୍ଯ୍ୟକ୍ରମ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.