ଡାବୁଗାଁ ସାପ୍ତାହିକ ହାଟରେ ଅଟୋ ଧକାରେ ଜଣେ ଆହତ

ଆହତକୁ ମାଡ଼ ମାରି ଅଟଡ୍ରାଇଭର ଫେରାର, ପୋଲିସ ର ତଦନ୍ତ ଆରମ୍ଭ

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ଆଜି ଡାବୁଗାଁ ସାପ୍ତାହିକ ହାଟ ଚାଲିଥିବା ସମୟରେ ଜଣେ ପଥଚାରିକୁ ପଛପଟୁ ଆସି ଅଟ ଧକା ଦେଇଥିଲା। ଏବଂ ଆହତକୁ ଅଟ ଚାଳକ ବା ଡ୍ରାଇବାର ଧକା ଦେବା ପରେ ମାଡ଼ ମଧ୍ୟ ମାରିଥିଲା ଏବଂ ଘଟଣା ସ୍ଥଳରୁ କେଉଁ ଆଡେ ଚାଲିଯାଇଥିଲା। ଆହତ ଜଣକ ହେଲେ ଚିକିଲି ଗ୍ରାମର ଧନସିଂ ଭତ୍ରା ଏବଂ ମାଡ଼ ମାରି ଫେରାର ହୋଇଯାଇଥିବା ଅଭିଯୁକ୍ତ ଅଟ ଡ୍ରାଇଭର ଡାବୁଗାଁ ସଦର ମହକୁମାର ଏବଂ ତାର ନାମ ବୁଟି। ଏହି ଘଟଣା ବିଷୟରେ ଜଣାଇବା ପରେ ଡାବୁଗାଁ ପୋଲିସ ତଦନ୍ତ ଆରମ୍ବ କରିଛି, ତଦନ୍ତ ପରେ ପ୍ରକୃତ ଘରଣାଟି ଜଣା ପଡିବ। ଆହତ ଜଣକ ଗାଡ଼ିସହ ଧକା ଦେଇ ମାଡ଼ ମାରି ଫେରାର ହିଊଯାଇଥିବା ଅଭିଯୁକ୍ତ ନା ରେ ଥାନାରେ ଲିଖିତ ଭାବରେ ଜଣାଇବ ବୋଲି ପରିବାର ତରଫରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.