ଓଡ଼ିଆ ବାର୍ତ୍ତା / ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟର ଛାତ୍ର ଜ୍ୟୋତିକୃଷ୍ଣ ଧରୁଆ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି। ଝିଙ୍କିଡୁଙ୍ଗୁରି ପଞ୍ଚାୟତ ପଟାମରା ଗ୍ରାମର ତରୁଣାକର ଧରୁଆ ଓ ରୁକୁଣୀ ଧରୁଆଙ୍କ ପୁଅ ଜ୍ୟୋତିକୃଷ୍ଣଙ୍କ ସଫଳତାରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ଶୁଭାକାଂକ୍ଷୀ, ପରିଚାଳନା ସମିତି ତଥା ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଆନନ୍ଦ ପ୍ରକାଶ ପାଇଛି। ଖବର ପ୍ରଚାରିତ ହେବା ପରେ ଜ୍ୟୋତିକୃଷ୍ଣ ଓ ବିଦ୍ୟାଳୟ କର୍ତ୍ତ୍ରୁପକ୍ଷଙ୍କ ନିକଟକୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟୁଛି।