ପ୍ରାଦେଶିକ କ୍ରୀଡା ସମାରୋହ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ବିଦ୍ୟାଭାରତୀ, ଶିକ୍ଷାବିକାଶ ସମିତି ଓଡ଼ିଶା ଆନୁକୂଲ୍ୟରେ ୩୬ତମ ପ୍ରାଦେଶିକ କ୍ରୀଡା ସମାରୋହର ତିନି ଦିନିଆ କାର୍ଯ୍ୟକ୍ରମ ଭବାନିପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ତରଫରୁ ଲାଲବାହାଦୁର ଶାସ୍ତ୍ରୀ ପଡିଆ ଠାରେ ଉଦଘାଟିତ ହୋଇଯାଇଛି। ପ୍ରାନ୍ତ ଖେଳକୁଦ ସଂଯୋଜକ ସଞ୍ଜୟ କୁମାର ମିଶ୍ର ଏବଂ ପ୍ରାନ୍ତ ଶାରୀରିକ ପ୍ରମୁଖ ଦିଲ୍ଲୀପ କୁମାର ସାଥୁଆଙ୍କ ତତ୍ୱାବଧାନ ରେ କ୍ରୀଡାର ଉଦଘାଟନୀ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲ।

ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିକାଶ ସମିତି ସମ୍ପାଦକ ଡକ୍ଟର ସରୋଜ କୁମାର ହାତୀ ଯୋଗଦେଇଥିବା ବେଳେ ଦକ୍ଷିଣ ସମ୍ଭାଗ ସଭାପତି ରୂପସିଂ ରାଉତ, ସୁକାନ୍ତ କୁମାର ବେହେରା, ନକୁଳ ନାୟକ ପ୍ରମୂଖ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାର ୯ଟି ସମ୍ଭାଗର ଶିଶୁ ପ୍ରତିଭାଗୀ ଯୋଗ ଦେଇଛନ୍ତି।

ସମାରୋହରେ ବ୍ରଜବିହାର ଶିଶୁଙ୍କ ଦ୍ୱାରା ବ୍ୟୟାମ ଓ ଶାରୀରିକ ପ୍ରଦର୍ଶନ ହୋଇଥିଲା। କ୍ରୀଡା ଉଦଘାଟନରେ ପ୍ରତ୍ୟେକ ସମ୍ଭାଗର ଜଣେ ଜଣେ ଶିଶୁଭାଇ ଭଉଣୀଙ୍କ ଦ୍ୱାରା ୬୦୦ ଏବଂ ୮୦୦ ମିଟର ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବ୍ରଜବିହାର ପ୍ରଧାନାଚାର୍ଯ୍ୟ ମନୋଜ କୁମାର ମୁଣ୍ଡ ଏବଂ ଖେଳ ଶିକ୍ଷକ ସୁରେଶ ସାହୁ ତଥା ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.