ଜାମଖୁଣ୍ଟା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅବସର କାଳୀନ ସମର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାମଖୁଣ୍ଟାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ସୁଶାନ୍ତ କୁମାର ସେଠ ଦୀର୍ଘ ଚଉଦ ବର୍ଷ ହେଲା ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସୁଚାରୁ ରୂପେ ଶିକ୍ଷାଦାନ କରି ଆସୁଥିଲେ, ସେ ଏବେ ଅବସର ଗ୍ରହଣ କରିଛନ୍ତି। ତେଣୁ ତାଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପୂରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଭା କାର୍ଯ୍ୟ ଆରମ୍ଭ କରିଥିଲେ ଅମ୍ରିତା ମହାନ୍ତି। ଏହି କାର୍ଯ୍ୟକ୍ରମରେ ସ୍କୁଲ ସଭାପତି ସୁରେଶ କୁମ୍ଭାର, ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁରୀ ସେଠ, ଗୀତାଞ୍ଜଳି ଦଣ୍ଡସେନା, ମିତା ସ୍ୱଇଁ ଓ ସାଧୁ ଗୌଡେଶ୍ୱର ଯୁବକ ସଂଘର କର୍ମକର୍ତ୍ତା ଓ ସଦସ୍ୟବୃନ୍ଦ, ଗାଁର ୱାର୍ଡ଼ ମେମ୍ବର ହରିପ୍ରିୟା ବଗର୍ତ୍ତୀ, ଅଙ୍ଗନୱାଡ଼ି କର୍ମୀ ସଞ୍ଜୁ ବଗର୍ତ୍ତୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.