ପାଇକ ଥୁଆଗୁଡ଼ା ଠାରେ ଆମ ଗାଁର ଇତିହାସ ଓ ସଂସ୍କୃତି ସମୀକ୍ଷା ବୈଠକ

ଓଡ଼ିଆ ବାର୍ତ୍ତା/ ଲାଞ୍ଜିଗଡ଼ (ନିଲେଶ କୁମାର ନାଗ): ରାଜ୍ୟ ସରକାର ବିଭିନ୍ନ ସମୟରେ ଅନେକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଲୋକଙ୍କୁ ସଚେତନ କରୁଥିବା ବେଳେ ଓଡିଶା ଓସିପା ଓ କୃଷିବିଭଗ ମିଳିତ ଆନୁକୁଲ୍ୟରେ ଜୟଧର ସଗଡ଼ିଆଙ୍କ ତ୍ବତ୍ୱାବଧାନରେ ଆଜି ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ସ୍ଥିତ ପାଇକଥୁଆଗୁଡା ଠାରେ ଆମ ଗାଁର ଇତିହାସ ଓ ଖାଦ୍ୟ ସଂସ୍କୃତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଶ୍ରୀଅନ୍ନ ଅଭିଯାନ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକର ୫ଗୋଟି ସ୍କୁଲ ସ୍ଥାନ ପାଇଥିବା ବେଳେ ବିଜେପୁର, ବେନଗାଁ, ପାହାଡ଼ପଦର, ମାଳିଯୁବାଙ୍ଗ, କାନକୁଟ୍ରୁ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇଛି। ପାଞ୍ଚ ଗୋଟି ସ୍କୁଲର ଛାତ୍ରଛାତ୍ରୀମାନେ ନିଜନିଜ ଗାଁର ଇତିହାସ, ପୂର୍ବ ପୁରୁଷ ମାନେ କେମିତି ରହୁଥିଲେ ଓ କେଉଁ ପ୍ରକାର ଖାଦ୍ୟ ଖାଇ ତାଙ୍କର ଜୀବନ ଜୀବିକା ଉପରେ ନିର୍ଭର କରୁଥିଲେ ଏସମ୍ପର୍କରେ ଛାତ୍ରଛାତ୍ରୀ ମାନେ ନିଜେ ଲେଖି ନିଜ ସ୍କୁଲରେ ଉପସ୍ଥାପନା କରିବା ପାଇଁ ନିର୍ଦେଶ ରହିଛି। ଏହି ନିର୍ଦ୍ଦେଶ କ୍ରମେ ଛାତ୍ରଛାତ୍ରୀ ମାନେ ଗାଁର ଇତିହାସ ଲେଖି ସ୍କୁଲରେ ଉପସ୍ଥାପନା କଲାପରେ ସ୍କୁଲରେ ଯେଉଁ ଛାତ୍ରଛାତ୍ରୀ ମାନେ ଉପସ୍ଥାପନା କରି ଶ୍ରେଷ୍ଠ ବିବେଚିତ ହୋଇଥିଲେ ସେହି ଛାତ୍ରଛାତ୍ରୀ ମାନେ ପୁଣି ଥରେ ନିଜ ଗାଁରେ ଉପସ୍ଥାପନା କରିଥିଲେ।

ଏହି ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ଗମନାଗମନ, ଚାଷବାସ, ପୂର୍ବପୁରୁଷଙ୍କ ଚାଲି ଚଳଣି ଓ ପୂର୍ବ ପରମ୍ପରାକୁ ନେଇଁ ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ପାଇକ ଥୁଆଗୁଡା ଗାଁର ଶ୍ରୀକୃଷ୍ଣ ପୂଝାରୀ ଏକ ପୁସ୍ତକ ଲେଖି ଗାଁରେ ଉପସ୍ଥାପନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ-୨ ଜିଲ୍ଲାପରିଷଦ ପରୀକ୍ଷିତ ନାଏକ ଯୋଗ ଦେଇଥବା ବେଳେ ସମ୍ମାନିତ ଅତିଥି ଭାବେ ବିଜେପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ ଯୋଗ ଦେଇଥିଲେ। ସେହିପରି ଟୀକା ମାଝୀ, ହରିଶ୍ଚନ୍ଦ୍ର ପୂଝାରି, ଇନ୍ଦ୍ର ମାଝୀ, ଜନସାହାଯ୍ୟ ସଂସ୍ଥା ଶ୍ରୀଅନ୍ନ ଯୋଜନା ସଂଯୋଜକ ସୁବାସ ନାଏକ, ଶିବାଶିଷ ରାୟ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.