ପୁରୁଷୋତ୍ତମପୁର ଏକ୍ସ ବୋର୍ଡ ସ୍କୁଲରେ ନିପୁଣ ଓଡିଶା ମେଳା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): କନକା କ୍ଲଷ୍ଟରର ନିପୂଣ ଓଡ଼ିଶା ମେଳା ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟ ପୁରୁଷୋତ୍ତମପୁର ଠାରେ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ଭାବେ ବିଆରସିସି ଶ୍ରୀ କିଶୋର ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ପୂର୍ଣ୍ଣିମା ସର୍ଦ୍ଦାର, କାଉନସିଲର ତଥା ସାମ୍ବାଦିକ ଶ୍ରୀ ଭାସ୍କର ବେହେରା,ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ହରପ୍ରସାଦ ଦାସ, କାଉନସିଲର ସୁଦେଷ୍ଣା ବେହେରା, ସୁଜାତା ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ଭଗଵାନ ବେହେରା ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.