ଡ଼. ଦେବେନ୍ଦ୍ର କୁମାରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ତରଭା: ଏ.ଇ.ଏସ୍. ମହାବିଦ୍ୟାଳୟ ତରଭାର ସହକାରୀ ଗ୍ରନ୍ଥାଧ୍ୟକ୍ଷ ଡ଼. ଦେବେନ୍ଦ୍ର କୁମାର ନାଏକଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମିଶ୍ର ସଭାପତିତ୍ବ କରିଥିବାବେଳେ ଇଂରାଜୀ ବିଭାଗୀୟ ମୁଖ୍ୟ ପ୍ରଫେସର ଅନୋଜ ଭୁକ୍ତା, ଅର୍ଥନୀତି ବିଭାଗୀୟ ମୁଖ୍ୟ ପ୍ରଫେସର ବିନତୀ ମିଶ୍ର, ଗୃହ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼. ସରୋଜିନୀ ପଧାନ ତଥା ଗଣିତ ବିଭାଗୀୟ ମୁଖ୍ୟ ଶିବରାମ ମେହେର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଏଥିରେ ପ୍ରଫେସର ଦେବାଶିଷ ଶତପଥୀ, ରୋହିତ ପଧାନ, ପ୍ରଭୁଦତ୍ତ ହୋତା, ରୋଶନ ମେହେର, ବିଦ୍ୟାପତି ଦାନୀ, ଡ଼ଃ ସବିତା ମିଶ୍ର, ମନୋରଞ୍ଜନ ଭୋଇ, ପ୍ରଶାନ୍ତ ନାଗ, ଶଙ୍କର ବଘାର ପ୍ରମୁଖ ଡ଼. ଦେବେନ୍ଦ୍ର କୁମାରଙ୍କ କର୍ମମୟ ଜୀବନର ସ୍ମୃତି ଚାରଣ କରିବା ସାଙ୍ଗେ ସାଙ୍ଗେ ଅବସର ପରବର୍ତ୍ତୀ ନିରାମୟ, ସୁଖମୟ ଜୀବନଯାପନର କାମନା କରିଥିଲେ। ପରେ ସହକାରୀ ଗ୍ରନ୍ଥାଧ୍ୟକ୍ଷ ଡ଼. ନାଏକଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ମୋନାଲିସା ପଧାନ, ସୁନିତା ପଧାନ, ସୌମ୍ୟାଶ୍ରୀ ମିଶ୍ର, ଖେଳ ଶିକ୍ଷକ ସଞ୍ଜୀବ ସାହୁ, ମୁଖ୍ୟ କିରାଣୀ ସନ୍ତୋଷ ଚାନ୍ଦ, ମୋତିଲାଲ ନାଏକ, ଧିରୋଜ ସାହୁ ଏବଂ ଦେବାଶିଷ ନାଏକ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। କଲେଜର ସମସ୍ତ ଶିକ୍ଷକ, ଅଣ-ଶିକ୍ଷକ କର୍ମଚାରୀ ସମ୍ବଲପୁରୀ ନୃତ୍ୟର ତାଳେ ତାଳେ ବଜାଗଜା ସହ ବିରାଟ ଶୋଭାଯାତ୍ରାରେ ଡ଼. ଦେବେନ୍ଦ୍ର କୁମାରଙ୍କ ଉଦ୍ଦେଶ୍ୟରେ ସହର ପରିକ୍ରମା କରି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.