ବାଣିପଙ୍ଗା ବିଦ୍ୟାଳୟରେ ସରପଞ୍ଚଙ୍କୁ ଦୁର୍ବ୍ୟବହାର ଘଟଣା: ନିଜ ଦୋଷ ଲୁଚାଇବାକୁ ଯାଇ ଖେଳ ଶିକ୍ଷାକ ରଚିଲେ ଖେଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବାତେରଲିମା ପଞ୍ଚାୟତ ସ୍ଥିତ ବାଣିପଙ୍ଗା ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ବାତେରଲିମା ପଞ୍ଚାୟତ ସରପଞ୍ଚ କରୁଣା ମାଝୀଙ୍କୁ ଅଶ୍ଳୀଳ ଭାଷାରେ ଗାଲି ଗୁଲଜ ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଥିଲେ। ଶୁକ୍ରବାର ଦିନ ଦ୍ୱିପ୍ରହରେ ନିରୀହ ଛାତ୍ରୀ ମାନଙ୍କୁ ସଦ ଜ୍ଞାନଦେବା ପରିବର୍ତ୍ତେ ସେ ନିଜ ଦୋଷ ଲୁଚେଇବାକୁ ଯାଇ ସରପଞ୍ଚଙ୍କ ବିରୋଧରେ ବିଭିନ୍ନ ପ୍ରକାର ଖେଳ ରଚି ପ୍ରଧାନ ଶିକ୍ଷକଙ୍କ ଅଜାଣତରେ ସ୍କୁଲ ଛାତ୍ରୀ ମାନଙ୍କୁ ଅସ୍ତ୍ର କରି ବାଣୀପଙ୍ଗା ସରକାରୀ ଏସଏସଡି ସ୍କୁଲ ଠାରୁ ଲାଞ୍ଜିଗଡ଼ ଥାନା ଅଭିମୁଖେ ଚଲାଇ ଚଲାଇ ନେଉଥିବା ବେଳେ ପ୍ରଧାନ ଶିକ୍ଷକ ଜାଣିପାରି ଅଧା ବାଟରୁ ଫେରାଇ ନେଉଥିଲେ।

ତେବେ ସରପଞ୍ଚଙ୍କ ବିରୋଧରେ ବାତେରଳିମା ସରପଞ୍ଚ ହାଏ ହାଏ ସ୍ଲୋଗାନ ଦେବା ଏବେ ସାଧାରଣରେ ଏବଂ ଅଭିଭାବକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଲାଞ୍ଜିଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଲାଞ୍ଜିଗଡ଼ ବ୍ଲକ ସରପଞ୍ଚ ଓ ସମିତି ସଭ୍ୟ ସଂଘ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ପ୍ରତିନିଧି ମିଳିତ ଉଦ୍ୟମରେ ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ର ଏବଂ ଲାଞ୍ଜିଗଡ଼ ଗୋଷ୍ଟି ଶିକ୍ଷା ଅଧିକାରୀ ସୁଡ଼ଳ ଦେବ ମୁଣ୍ଡଙ୍କୁ ଏକ ଲିଖିତ ଅଭିଯୋଗ କରିବା ସହିତ ଏହାର ଯଦି ଆସୁ ସମାଧାନ କରା ନ ଗଲେ ପରବର୍ତୀ ସମୟରେ ସେହି ଶିକ୍ଷକଙ୍କ ବିରୋଧରେ ରାଜରାସ୍ତାକୁ ଓଲ୍ଲାଇବୁ ବୋଲି ସରପଞ୍ଚ ଓ ସମିତି ସଭ୍ୟ ସଂଘ ନିଷ୍ପତି ନେଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ ବାଣୀପଙ୍ଗା ସ୍କୁଲ ଶିକ୍ଷକଙ୍କୁ ଶ୍ରୀ ମାଝୀ ତିନି ମାସ ଆଗରୁ ତାଗିତ କଲା ପରେ ମଧ୍ୟ୍ୟ ସ୍କୁଲକୁ ବିଳମ୍ବରେ ଯାଉଥିଲେ ଏହାକୁ ଆଧାର କରି ଗୁରୁବାର ଦିନ ୧୧ଘଣ୍ଟା ସମୟରେ ବାଣୀପଙ୍ଗା ସରକାରୀ ଏସ ଏସଡି ବାଳିକା ସ୍କୁଲ ସମୁଖରେ ରହି ସରପଞ୍ଚ ତିନି ଶିକ୍ଷକଙ୍କ ଭିଡିଓ ଉତ୍ତାଳନ କଲା ସମୟରେ ଖେଳ ଶିକ୍ଷକ ଉତ୍ୟକ୍ତ ହୋଇ ଗାଳିଗୁଲଜ କରିବା ସହିତ ଦୁର୍ବ୍ୟବହାର କରିଥିଲେ। ତେବେ ଏହାର ସଠିକ ତଦନ୍ତ କରି ସତ୍ୟସତ୍ୟ ସାମ୍ନାକୁ ଆଣିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯାଉବୋଲି ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.