ଝିଅ ଅନ୍ୟ ଜାତିର ପୁଅକୁ ପ୍ରେମ ବିବାହ କରିଥିବାରୁ କେହି ଉଠାଇଲେ ନାହିଁ ବାପାର ଶବ; ଶବ ସତ୍କାର କଲେ ମାହେଶ୍ୱରୀ ସଂଗଠନ

ଓଡ଼ିଆ ବାର୍ତ୍ତା/ ଦେଓଗାଁ (ଚୈତନ୍ୟ କାଳସାଏ): ଝିଅ ଅନ୍ୟ ଜାତିର ପୁଅକୁ ପ୍ରେମ ବିବାହ କରିଥିବାରୁ ବାପାର ଶବକୁ ଛୁଇଁଲେନି ଜାତି ଭାଇ ଓ ବନ୍ଧୁବାନ୍ଧବ। ଏମିତି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଭୁତିଆରବାହାଲ ଗ୍ରାମରେ। ସୂଚନା ଅନୁସାରେ ଭୁତିଆରବାହାଲରେ ବୁଡୁ ପରାଭୂଏ ଓ ତାଙ୍କ ସ୍ତ୍ରୀ ଭୂମିସୁତା ପରାଭୂଏ ସପରିବାର ରୁହନ୍ତି। ସେମାନଙ୍କ ଝିଅ ବବି ପରାଭୂଏ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିଲେ। କିଛିଦିନ ତଳେ ବୁଡୁଙ୍କ ଦେହ ଅସୁସ୍ଥ ହୋଇ ସେ ମୃତୁ ବରଣ କରିଥିଲେ। କିନ୍ତୁ ଏହି ଶବ ସତ୍କାର ପାଇଁ କେହି ଆସିନଥିଲେ, ଫଳରେ ବଲାଙ୍ଗୀରର ମାହେଶ୍ୱରୀ ସଂଗଠନ ଖବର ପାଇ ଘଟଣା ସ୍ଥଳ ପହଞ୍ଚି ଶବ ସତ୍କାର କରିଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.