ଓଡ଼ିଆ ବାର୍ତ୍ତା/ ଦେଓଗାଁ (ଚୈତନ୍ୟ କାଳସାଏ): ବିଶ୍ୱାସରେ ବିଷ। ସାତ ଜନ୍ମ ପାଇଁ ସାଥି ହୋଇ ରହିବାକୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସ୍ୱାମୀ କ୍ଷୀରୋଦ୍ର ଭୋଇ ଓ ସ୍ତ୍ରୀ ମାଧବୀ ଭୋଇ। ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାରସମାଲ ଗ୍ରାମର ମାଧବୀ ଭୋଇ ଏବଂ ତୁଷୁରା ଥାନା ଅନ୍ତର୍ଗତ ସିନ୍ଦିରାବାହାଳୀର କ୍ଷୀରୋଦ୍ର ଭୋଇ। ଶାଶୁଘରେ ଅନେକ ନିର୍ଯାତନା ସହି ପ୍ରାୟ ତିନି ବର୍ଷ ରହିବା ପରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ମାଧବୀ। ବୋଝ ଉପରେ ନଳିତା ବିଡା ଯେମିତି, ପୁଅ ମଧ୍ୟ ଦୁନିଆ ନ ଦେଖି ଦୃଷ୍ଟିହୀନ ହୋଇ ଜନ୍ମ ନେଇଥିଲା। ଦୃଷ୍ଟିହୀନ ପୁତ୍ର ଜନ୍ମ ଦେବାରୁ ଆହୁରି ନିର୍ଯାତନା ଦେଇଥିଲେ ସ୍ୱାମୀ କ୍ଷୀରୋଦ୍ର ଓ ସ୍ତ୍ରୀକୁ ନେଇ ବାପ ଘରେ ଛାଡି ଦେଇଥିଲେ କ୍ଷୀରୋଦ୍ର। ଶାଶୁ ଶଶୁର ଓ ସ୍ତ୍ରୀ ସହିତ ଝଗଡା କରି ତାମିଲନାଡୁକୁ ସେ ଚାଲି ଯାଇଥଲେ। କିନ୍ତୁ ସେତିକିରେ କାହାଣୀ ସରି ନଥିଲା। ବର୍ତ୍ତମାନ ପ୍ରାୟ ତିନିମାସ ହେବ କ୍ଷୀରୋଦ୍ର ଦ୍ଵିତୀୟ ବିବାହ କରି ଆନନ୍ଦରେ ରହୁଛନ୍ତି। ଏପଟେ ବୃଦ୍ଧ ବାପାଙ୍କ ଉପରେ ବୋଝ ପାଲଟି ନିଜ ଦିବ୍ୟାଙ୍ଗ ପୁଅକୁ ଧରି ବାପ ଘରେ ରହୁଛନ୍ତି ମାଧବୀ।