ସରସ୍ୱତୀ ପୂଜାରେ ନର୍ଲା ଉତ୍ସବ ମୁଖର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଘ ଶୁକ୍ଳପକ୍ଷ ପଞ୍ଚମୀ ସାରା ଦେଶରେ ବିଦ୍ୟାଦାୟିନୀ ମା ସରସ୍ୱତୀଙ୍କ ପୂଜା ଚାଲିଛି। ଏହି ପରିପ୍ରେକ୍ଷୀରେ ନର୍ଲାର ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ସଙ୍ଗୀତ ବିଦ୍ୟାଳୟ, ଭୋକେସନାଲ କଲେଜ, ଯୁକ୍ତ ଦୁଇ କଲେଜ, ଡିଗ୍ରୀ କଲେଜ, ଘରୋଇ ସ୍କୁଲ ପ୍ରମୁଖ ସ୍ଥଳୀ ଗୁଡିକରେ ମଧ୍ୟ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ରବିବାର ଛୁଟିଦିନ ହୋଇଥିଲେ ମଧ୍ୟ ସରସ୍ୱତୀ ପୂଜାପାଇଁ ନର୍ଲା ବେଶ୍ ଚଳଚଞ୍ଚଳ ଓ ଉତ୍ସବ ମୁଖରିତ ହୋଇ ଉଠିଥିଲା।

ସରସ୍ୱତୀ ଶିଶୁ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ସରସ୍ୱତୀ ହୋଇଥିବାରୁ ସ୍ୱତନ୍ତ୍ର ଢଙ୍ଗରେ ସରସ୍ୱତୀ ପୂଜା କରାଯାଇଥିଲା ନର୍ଲା ସରସ୍ୱତୀ ଶିଶୁ ମନ୍ଦିରରେ। ବିଦ୍ୟାଳୟର ଛାତ୍ରଛାତ୍ରୀ ସମତେ ଗୁରୁଜୀ ଓ ଗୁରୁମା ମାନେ ସରସ୍ୱତୀ ପୂଜା ପାଇଁ ବିଦ୍ୟାଳୟଟିକୁ ସୁନ୍ଦର ଭାବରେ ସଜେଇଥିଲେ। ବିଦ୍ୟାଳୟରେ ରହିଥିବା ବୌଦ୍ଧିକ ମଣ୍ଡପ ଠାରେ ସରସ୍ୱତୀ ପୂଜାର ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ସଭାପତି ସାରଥି ନାୟକ, ସମ୍ପାଦକ ଅଜୟ ନାଏକ ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜା କାର୍ଯ୍ୟ ଚାଲିଥିଲା। ସକାଳ ୭ ଘଣ୍ଟାରୁ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନଙ୍କ ଆଗମନ ହୋଇଥିଲା। ଏହି ଦିନଟିକୁ ସମର୍ପଣ ଦିବସ ଭାବରେ ରଖାଯାଇଥିବାରୁ ପୂଜା ପରେ ବିଶେଷ କାର୍ଯ୍ୟକ୍ରମ ଭାବରେ ସମର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁ, ଅଭିଭାବକ, ଜନସାଧାରଣଙ୍କ ତରଫରୁ ବିଦ୍ୟାଳୟ ଓ ଶିକ୍ଷା ନିମନ୍ତେ ଆବଶ୍ୟକ ସାମଗ୍ରୀ ସବୁ ମା ସରସ୍ୱତୀଙ୍କ ନିକଟରେ ସମର୍ପଣ କରାଯାଇଥିଲା।

ସେହିଭଳି ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ, ମାଉଣ୍ଟେନ କିଡ୍ସ ଇଂଲିସ ମିଡିୟମ ସ୍କୁଲରେ ଚେୟାର ପର୍ସନ ନବୀନ କୁମାର ଦାସ, ପେସିଫିକ ପବ୍ଲିକ ସ୍କୁଲରେ ଚେୟାର ପର୍ସନ ପ୍ରଶାନ୍ତ ନାୟକ, ପଞ୍ଚାୟତ ସମିତି ହାଇସ୍କୁଲ ନର୍ଲାରେ ଅନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସ ପୂଜା ଦାଇତ୍ୱ ତୁଲାଇଥିଲେ।

ସେହିଭଳି ନର୍ଲା ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଭବାନୀଶଙ୍କର ଦାସ, ଡିଗ୍ରୀ କଲେଜର ଅଧ୍ୟକ୍ଷ ନାରାୟଣ ନାଏକ ପୂଜା ପରିଚାଳନା କରିଥିବା ବେଳେ, ସର୍ଗିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମୀତା ସେଠୀଙ୍କ ତତ୍ୱାବଧାନରେ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ସରସ୍ୱତୀ ପୂଜା। ମହା ଆଡମ୍ବର ସହକାରେ ନର୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ସରସ୍ୱତୀ ପୂଜା ପାଳିତ ହୋଇଥିବାରୁ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ଏବିଇଓ ଗୋବର୍ଦ୍ଧନ ମାଝୀ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.