ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଅତ୍ୟନ୍ତ ହର୍ଷ ଉଲ୍ଲାସର ସହ ବାଗ୍ଦେବୀ ମା’ ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି | ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପୂଜାରେ ଦର୍ଶିକା ଗଏଁତା କର୍ତ୍ତା ଓ ଗଣେଶରାମ ଠାକୁର ପୂଜକ ଦାୟିତ୍ୱ ତୁଲାଇଥିଲେ | ଅତିଥିଗଣ, ପୂର୍ବତନ ଛାତ୍ରଛାତ୍ରୀ, ଶୁଭାକାଂକ୍ଷୀ, ଅଭିଭାବକଙ୍କୁ ବିଦ୍ୟାଳୟ ଛାତ୍ରଛାତ୍ରୀ ସ୍ୱାଗତ ଜଣାଇଥିଲେ | ଏହି ଅବସରରେ ଶିଶୁଙ୍କ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଛାତ୍ର ରୁରୋହିତ କାଲସାଏ, ଅର୍ମାନ ବାଗ, ପୁରବ ମେହେର, କନିଷ୍କ ରାଜପଲିଆ, ପରିତୋଷ ନାଏକ, ଛାତ୍ରୀ ଦିବ୍ୟଲଷ୍ମୀ ଶତପଥି, ବର୍ଷାରାଣୀ ବୁଡ଼େକ, ଚୁମକି ଦୀପ, ଅମ୍ରିତା ରାଜପଲିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଛାତ୍ରଛାତ୍ରୀ ସରସ୍ବତୀଙ୍କ ପୂଜନ ପୂର୍ବକ ଆଶୀର୍ବାଦ ଭିକ୍ଷା କରିଥିଲେ |